Latest Odisha News

୮୦୦ ବିଦ୍ୟୁତ୍ ଉପଭୋକ୍ତାଙ୍କର ବିଜୁଳି କାଟିଲା ସେସୁ

ଭୁବନେଶ୍ୱର: ସେସୁ ପକ୍ଷରୁ ନିକଟ ଅତୀତରେ ବକେୟା ବିଦ୍ୟୁତ୍ ପଇଠ ଲାଗି ଚେତାବନୀ ଦିଆଯାଇଥିବା ରେଳେ ଗୁରୁବାର ଦିନ ପାଖାପାଖି ୮୦୦ ଉପଭୋକ୍ତାଙ୍କର ବିଜୁଳି ଲାଇନ୍ କାଟି ଦିଆଯାଇଛି । ଏଥିସହିତ ୩ କୋଟି ଟଙ୍କା ବକେୟା ବିଦ୍ୟୁତ୍ ବିଲ୍ ମଧ୍ୟ ଆଦାୟ କରାଯାଇଛି ।

ଏହାବ୍ୟତିତ କଲେକ୍ସନ କାଉଣ୍ଟର ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସେସୁ ପ୍ରବକ୍ତ ସୂଚନା ପ୍ରଦାନ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଏହି ଅଭିଯାନ ସମୟରେ କୌଣସି ପ୍ରକାର ଆଇନ କାନୁନ ତଥା ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା ।

ଖୋର୍ଦ୍ଧା ଡିଭିଜନରେ ୯ଟି ଟିମ୍ ସହିତ ମୋଟ୍ ୩୯ ଟିମ୍ ଆଜି ସକାଳେ ଏହି ବିଦ୍ୟୁତ୍ କାଟ୍ ଅଭିଯାନ ଆରମ୍ଭ କରିଥିଲେ ।

ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୫୧ ହଜାର ଘରୋଇ ଓ ବାଣିଜ୍ୟିକ ଉପଭୋକ୍ତା ରହିଛନ୍ତି । ସେମାନଙ୍କ ମଧ୍ୟରେ କିଛି ନିଜର ବିଦ୍ୟୁତ୍ ବିଲ୍ ପଇଠ କରିଥିବା ବେଳେ ଆଉ କିଛି ବ୍ୟକ୍ତିଙ୍କୁ ପାଖାପାଖି ୮୦ କୋଟି ଟଙ୍କାର ବକେୟା ବିଦ୍ୟୁତ୍ ବିଲ୍ ଜମା କରିବାକୁ ଅଛି । ଖୋର୍ଦ୍ଧା ମଣ୍ଡଳର ଏସଡିଓ ମାନଓ ରଞ୍ଜନ ନାୟକ କହିଛନ୍ତି ଯେ “ଉପଭୋକ୍ତାମାନେ ବକେୟା ବିଦ୍ୟୁତ୍ ବିଲ୍ ପଇଠ ନକରିଥିବାରୁ ସେମାନଙ୍କର ବିଜୁଳି ସଂଯୋଗ କାଟିବା ବ୍ୟତିତ ଆମ ପାଖରେ ଅନ୍ୟକୌଣସି ବିକଳ୍ପ ନଥିଲା” ।

ଉଲ୍ଲେଖଯୋଗ୍ୟ, ସେସୁ ପକ୍ଷରୁ ଖୋର୍ଦ୍ଧା, ନୟାଗଡ, ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ଜଗତସିଂହୌପୁର, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର କିଛି ଅଂଶରେ ଡିଫଲ୍ଟ ଉପଭୋକ୍ତାଙ୍କୁ ବିଜୁଳି ଦେବା ଲାଗି ୪୧୩ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି ।

Leave A Reply

Your email address will not be published.