Latest Odisha News

BREAKING NEWS

ଅଜୟଙ୍କ ଜନ୍ମଦିନରେ ରିଲିଜ ହେଲା ‘ମୈଦାନ’ର ନୂଆ ଟ୍ରେଲର

ମୁମ୍ବାଇ: ଅଜୟ ଦେବଗାନଙ୍କ ଫିଲ୍ମ ‘ମୈଦାନ’ ରିଲିଜ ହେବାର ଠିକ ଆଠ ଦିନ ପୂର୍ବରୁ ନିର୍ମାତାମାନେ ଫିଲ୍ମର ଅନ୍ତିମ ଟ୍ରେଲର ରିଲିଜ କରିଛନ୍ତି। ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢାଇବାକୁ ମଙ୍ଗଳବାର ଅଜୟ ଦେବଗନଙ୍କ ଜନ୍ମଦିନ ଅବସରରେ ରିଲିଜ୍‌ ହୋଇଛି ‘ମୈଦାନ’ର ନୂଆ ଟ୍ରେଲର। ଟ୍ରେଲରରେ ଅଜୟ ଦେବଗନଙ୍କ ସଂଘର୍ଷ ଦେଖାଇବାକୁ ଚେଷ୍ଟା କରାଯାଇଛି। ଅଜୟ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମର ଏକ ନୂଆ ପୋଷ୍ଟର ସହିତ ଟ୍ରେଲର ଶେୟାର କରିଛନ୍ତି। କ୍ୟାପ୍ସନରେ ସେ ଲେଖିଛନ୍ତି, ଗୋଟିଏ ହୃଦୟ, ଗୋଟିଏ ସମାଜ, ଗୋଟିଏ ଭାବନା। ଦେଖନ୍ତୁ ଏସ.ଏ. ରହିମ୍‌ ଏବଂ ତାଙ୍କ ଟିମ୍‌ ଇଣ୍ଡିଆର ଅବିସ୍ମରଣୀୟ କାହାଣୀ।

ଏହି ସିନେମାରେ ଅଜୟ ଦେବଗନ ଏସ ଏ.ରାହିମ ଭୂମିକାରେ ଅଭିନୟ କରୁଛନ୍ତି। ଏହା ଏକ ବାୟୋପିକ୍। ଏହି ଟ୍ରେଲରର ସବୁଠାରୁ ବିଶେଷ କଥା ହେଉଛି ଅଜୟ ଦେବଗାନଙ୍କ ଦ୍ୱାରା କୁହାଯାଇଥିବା ଡାଏଲଗ୍। ଏହା ବ୍ୟତୀତ, ଅଜୟ କିପରି ଏକ ଗମ୍ଭୀର ଭୂମିକାରେ ଚରିତ୍ରରେ ପ୍ରବେଶ କରନ୍ତି, ଆପଣ ଏହାକୁ ଅନେକ ସ୍ଥାନରେ ମଧ୍ୟ ଦେଖିବେ। ଷ୍ଟାଡିୟମରେ ପ୍ରବେଶର ଦୃଶ୍ୟ ହେଉ କିମ୍ବା ଅଧିକାରୀଙ୍କ ସହ ସାକ୍ଷାତ କରିବାର ଦୃଶ୍ୟ ହେଉ, ଅଜୟଙ୍କ ଦବଦବା ଟିକେ ଭିନ୍ନ ରହିଛି। ଯାହାକୁ ଦର୍ଶକ ଖୁବ ପସନ୍ଦ କରନ୍ତି। ତେବେ ଫିଲ୍ମର ମୁକ୍ତିଲାଭ ତାରିଖ ବିଷୟରେ ସୂଚନା ଦେଇଛନ୍ତି ଅଜୟ। ଚଳିତ ବର୍ଷ ଏପ୍ରିଲ ୧୦ ତାରିଖରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ମୈଦାନ’।

‘ମୈଦାନ’ର ଏହି ଟ୍ରେଲରରେ ଦର୍ଶାଯାଇଛି ଯେ, ଫୁଟବଲ ଖେଳରେ ଇତିହାସ ରଚିବା ପାଇଁ ଭାରତୀୟ ଦଳର ପ୍ରଶିକ୍ଷକ ଅବଦୁଲ ରହିମ୍ କିପରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସମ୍ପୂର୍ଣ୍ଣ ଟ୍ରେଲରରେ କୋଚ୍‌ ଏବଂ ତାଙ୍କ ଟିମ୍‌ ସଂଘର୍ଷ ଓ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି। ଅଜୟ ଦେବଗନଙ୍କ ବ୍ୟତୀତ ଫିଲ୍ମ ମୈଦାନରେ ପ୍ରିୟାମଣି ମଧ୍ୟ ଅଛନ୍ତି। ସେ ତାଙ୍କ ପତ୍ନୀ ଭୂମିକାରେ ନଜର ଆସିଛନ୍ତି। ତାଙ୍କ ବ୍ୟତୀତ ଗଜରାଜ ରାଓଙ୍କୁ ଏକ ନେଗେଟିଭ୍ ରୋଲ୍‌ରେ ଦେଖିବାକୁ ମିଳିବ। ଏମାନଙ୍କ ବ୍ୟତୀତ ଅନେକ କଳାକାର ଅଛନ୍ତି ଯେଉଁମାନେ ଖେଳାଳିଙ୍କ ଭୂମିକାରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅମିତ ଶର୍ମା। ବୋନି କପୁର ଏହାକୁ ପ୍ରସ୍ତୁତ କରିଛନ୍ତି। ‘ମୈଦାନ’ ଏକ ସ୍ପୋର୍ଟ୍ସ ବାୟୋଗ୍ରାଫୀ ଫିଲ୍ମ, ଯାହା ଭାରତୀୟ ଫୁଟବଲ ଦଳର ପ୍ରଶିକ୍ଷକ ସୟଦ ଅବଦୁଲ ରହିମଙ୍କ ଉପରେ ଆଧାରିତ। ଚଳଚ୍ଚିତ୍ରରେ ୧୯୫୨ରୁ ୧୯୬୨ ମସିହା ମଧ୍ୟର କାହାଣୀ ପ୍ରଦର୍ଶିତ ହୋଇଛି।

 

Leave A Reply

Your email address will not be published.