Latest Odisha News

BREAKING NEWS

ଆଇପିଏଲ ୨୦୨୪: ୨ଟି ମ୍ୟାଚର କାର୍ଯ୍ୟସୂଚୀରେ ପରିବର୍ତନ

କୋଲକାତା: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ୨ଟି ମ୍ୟାଚର କାର୍ଯ୍ୟସୂଚୀରେ ପରିବର୍ତନ କରିଛି । ଏପ୍ରିଲ ୧୭ରେ ଇଡେନ ଗାର୍ଡେନରେ ହେବାକୁ ଥିବା କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ ଏବେ ୧୬ରେ ଖେଳାଯିବ । ସେହିପରି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ୧୬ ଏପ୍ରିଲରେ ହେବାକୁ ଥିବା ମ୍ୟାଚ ତାର ପରଦିନ ଆୟୋଜିତ ହେବ । ଏପ୍ରିଲ ୧୭ରେ ରାମନବନୀ ଏବଂ ଏହାର ୨ ଦିନ ପରେ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ସ୍ଥାନୀୟ ପୋଲିସ ଆଇପିଏଲ ମ୍ୟାଚ ପାଇଁ ଆବଶ୍ୟକ ଫୋର୍ସ ଯୋଗାଇ ପାରିବ ନାହିଁ ବୋଲି କହିଥିଲା ।

ମଙ୍ଗଳବାର ଆଇପିଏଲ ଆୟୋଜକ କମିଟି ଏହାକୁ ପରିବର୍ତନ କରିବା ପାଇଁ ରାଜି ହୋଇଛନ୍ତି । ତେବେ ଏହି ୨ଟି ମ୍ୟାଚ ପାଇଁ ଆଗୁଆ ବିକ୍ରି କରାଯାଇଥିବା ଟିକେଟ ସମ୍ପର୍କରେ ସ୍ପଷ୍ଟ ଭାବେ କିଛି କୁହାଯାଇ ନାହିଁ । ଯାହାକୁ ନେଇ ପ୍ରଶଂସକ ଦ୍ୱନ୍ଦ୍ୱରେ ରହିଛନ୍ତି । ଲୋକସଭା ନିର୍ବାଚନ ଯୋଗୁ ବିସିସିଆଇ ୨ଟି ପର୍ଯ୍ୟାୟରେ ଆଇପିଏଲ ଆୟୋଜନ କରିବ । ଏବେ ପ୍ରଥମ ପର୍ଯ୍ୟାୟ ଚାଲିଥିବା ବେଳେ ଏପ୍ରିଲ ୮ରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ।

Leave A Reply

Your email address will not be published.