Latest Odisha News

BREAKING NEWS

ଉତ୍ତରାଖଣ୍ଡରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଅଜୟ କୋଠିୱାଲ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଅଜୟ କୋଠିୱାଲଙ୍କ ନାମ ଘୋଷଣା କରି ବର୍ଷକ ପୂର୍ବରୁ ଆମ ଆଦମୀ ପାର୍ଟି ନିର୍ବାଚ ବିଗୁଲ ଫୁଙ୍କିବା ଆରମ୍ଭ କରିଛି । ମଙ୍ଗଳବାର ଉତରାଖଣ୍ଡ ଗସ୍ତ କରି ଡେରାଡୁନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥଶ ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି ।

ଦେଶ ସେବାରେ ନିଜ ଜୀବନକୁ ବାଜି ଲଗାଇଥିବା ଅଜୟ ଉତରାଖଣ୍ଡ ପାଇଁ ଉପଯୁକ୍ତ ବ୍ୟକ୍ତି ହେବେ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ରାଜ୍ୟକୁ ଏକ ଆଧ୍ୟାତ୍ମିକ ରାଜଧାନୀ ଭାବେ ଗଢ଼ିବା ଆମର ସ୍ୱପ୍ନ ରହିଛି ବୋଲି ସେ କହିଛନ୍ତି ।

Comments are closed.