Latest Odisha News

BREAKING NEWS

ଶରଣାର୍ଥୀଙ୍କୁ ରୋକିବା ପାଇଁ ଇରାନ ସୀମାରେ ତୁର୍କୀ ନିର୍ମାଣ କରୁଛି ପ୍ରାଚୀର

ତେହେରାନ: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ମାତ୍ରେ ଅନେକ ଲୋକ ଦେଶ ଛାଡି ପଳାଉଛନ୍ତି । ଏହାକୁ ଦେଖି ଇରାନ ସୀମାରେ ତୁର୍କୀ ବିଶାଳକାୟ ପ୍ରାଚୀର ନିର୍ମାଣ କରୁଛି । ଏହା ୨୯୫ କିଲୋମିଟର ବିଶିଷ୍ଟ ହେବ । ଏବେ ଆଉ ମାତ୍ର ୫ କିଲୋମିଟର ନିର୍ମାଣ କାର୍ଯ୍ୟ ବାକି ରହିଛି ବୋଲି ରକ୍ଷାମନ୍ତ୍ରୀ ହୁଲୁସି ଅକର କହିଛନ୍ତି ।

ପୂର୍ବରୁ ସିରିଆରେ ଅଶାନ୍ତି ହେବା ପରେ ଲକ୍ଷ ଲକ୍ଷ ଶରଣାର୍ଥୀ ତୁର୍କୀରେ ଶରଣ ନେଇଛନ୍ତି । ଆଉ ଅଧିକ ଶରଣାର୍ଥୀଙ୍କ ସୁଯୋଗ ଦେବା ପାଇଁ ତୁର୍କୀ ସରକାର ଚାହୁଁ ନାହାନ୍ତି । ପ୍ରାଚୀର ନିର୍ମାଣ ପରେ ଅବୈଧ ଭାବେ ପ୍ରବେଶ କରିବାକୁ ଚାହୁଁଥିବା ଶରଣାର୍ଥୀଙ୍କୁ ରୋକାଯାଇ ପାରିବ ବୋଲି ଅକର କହିଛନ୍ତି ।

Leave A Reply

Your email address will not be published.