Latest Odisha News

ଅଜୟଙ୍କ ସିଂଘମ ଏଗେନ ଓ କାର୍ତିକଙ୍କ ଭୁଲ ଭୁଲୈୟା ୩ ମଧ୍ୟରେ ହେବ ବକ୍ସ ଅଫିସ ମୁକାବିଲା

ମୁମ୍ବାଇ: ଫିଲ୍ମମେକର ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ସିଂଘମ ଏଗେନ ୨୦୨୪ ଦୀପାବଳୀରେ ରିଲିଜ ହେବ । ଏଥିରେ ଅଜୟ ଦେବଗାନ, ଦୀପିକା ପାଦୁକୋନ ଅଭିନୟ କରୁଛନ୍ତି । ଦୀପିକାଙ୍କୁ ଏଥିରେ ଲେଡୀ କପ ଭୂମିକାରେ ଦେଖିବାକୁ ମିଳିବ । ତେବେ ମଙ୍ଗଳବାର ମିଳିଥିବା ଖବର ଅନୁସାରେ ଏହି କାର୍ତିକ ଆର୍ଯ୍ୟନଙ୍କ ଭୁଲ ଭୁଲୈୟା ମଧ୍ୟ ରିଲିଜ ହେବ । ଫଳରେ ଅଜୟ ଓ କାର୍ତିକଙ୍କ ମଧ୍ୟରେ ଫିଲ୍ମ ମାଧ୍ୟମରେ ଏକ ସୁସ୍ଥ ପ୍ରତିଦ୍ୱନ୍ଦ୍ୱୀତା ଦେଖିବାକୁ ମିଳିବ । ଏହି ୨ଟି ଫିଲ୍ମର ପୂର୍ବ ସଂସ୍କରଣଗୁଡିକ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି । ହରର କମେଡୀ ଭୁଲ ଭୁଲୈୟାରେ କାର୍ତିକଙ୍କୁ ରୂହ ବାବାଙ୍କ ଭୂମିକାରେ ଦେଖିବାକୁ ମିଳିବ ।

ଭୂଷଣ କୁମାର ଓ ନିଦେ୍ର୍ଧଶକ ଅନୀସ ବଜମୀ ଦୀପାବଳୀରେ ଏହାକୁ ରିଲିଜ କରିବା ନେଇ ଜିଦ ଧରି ବସିଛନ୍ତି । ତେବେ ୨ଟି ଯାକ ଫିଲ୍ମର ଶୁଟିଂ ସମ୍ପୂର୍ଣ୍ଣ ହୋଇ ନାହିଁ । ଶୁଟିଂ ଶେଷ ପରେ ଏହା କେବେ ରିଲିଜ ହେବ ତାହା ମେକର୍ସଙ୍କ ପକ୍ଷରୁ ଚୂଡାନ୍ତ କରାଯିବ । ପ୍ରଶଂସକମାନେ ଏହି ଦୁଇ ଫିଲ୍ମ ମଧ୍ୟରେ ହେବାକୁ ଥିବା ମୁକାବିଲାକୁ ଦେଖିବା ପାଇଁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.