Latest Odisha News

BREAKING NEWS

ନାଟୁ ନାଟୁ ଓସ୍କାର ଜିତିବା ପରେ ଏମିତି କଣ କହିଲେ ଜ୍ୟାକଲିନଙ୍କ ମେକଅପ ଆର୍ଟିଷ୍ଟ

ନୂଆଦିଲ୍ଲୀ: ବ୍ୟବସାୟୀକ ସଫଳତା ପରେ ଆରଆରଆରର ନାଟୁ ନାଟୁ ଓସ୍କାର ପୁରସ୍କାର ହାସଲ କରି ଭାରତକୁ ଗୌରବାନ୍ୱିତ କରିଛି । ସାରା ଭାରତ ଏହି ସଫଳତାକୁ ନେଇ ଗର୍ବ କରୁଥିବା ବେଳେ ମଙ୍ଗଳବାର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ମେକଅପ ଆର୍ଟିଷ୍ଟ ଶାନ ମୁଟ୍ଟାଥିଲ ଏ ନେଇ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ନାଟୁ ନାଟୁର ସଫଳତାକୁ ତାତ୍ସଲ୍ୟ କରିବା ସହ ଏହି ପୁରସ୍କାର ହାସଲରେ ଚଂଚକତା କରାଯାଇଛି ବୋଲି କହିଛନ୍ତି । ଏପରିକି ଟଙ୍କା ଦେଇ ଏହି ପୁରସ୍କାର କିଣାଯାଇଛି ବୋଲି ମାରାତ୍ମକ ଅଭିଯୋଗ ଆଣିଛନ୍ତି । ସେ ଲେଖିଛନ୍ତି ହାହା… ମୁଁ ଭାବୁଥିଲି ଭାରତରେ କେବଳ ପୁରସ୍କାର କିଣାଯାଇପାରେ, ଏବେ ଓସ୍କାରରେ ବି ଏହା ସମ୍ଭବ ହେଲାଣି । ଟଙ୍କା ଥିଲେ ସବୁ କିଛି କରିହେବ । ବିଭିନ୍ନ ମହଲରୁ ଟ୍ରୋଲ ହେବା ପରେ ସେ ଏହାକୁ ଡିଲିଟ କରି ଦେଇଛନ୍ତି ।

ସୂଚନାଯୋଗ୍ୟ, ଜ୍ୟାକଲିନ ଅଭିନୀତ ଆପଲଜର ଗୀତ ଟେଲ ଇଟ ଲାଇକ ଏ ଓମ୍ୟାନ ଓରିଜିନାଲ ଗୀତ କାଟାଗୋରୀରେ ସ୍ଥାନ ପାଇଥିଲା । ଏହା ବ୍ୟତୀତ ଲେଡୀ ଗାଗାଙ୍କ ହୋଲ୍ଡ ମାଇ ହ୍ୟାଣ୍ଡ, ରିହାନଙ୍କ ଲିଫ୍ଟ ମି ଅପ ଓ ଦିସ ଇଜ ଏ ଲାଇଫ ଏହି ଦୌଡରେ । ତେବେ ଏହି ଅଭିଯୋଗ ନାଟୁ ନାଟୁର ଲୋକପ୍ରିୟତା କମାଇ ପାରି ନାହିଁ । ଦେଶ ଓ ବିଦେଶରେ ଏବେ ଏହା ଧୂମ ମଚେଇବାରେ ଲାଗିଛି ।

Leave A Reply

Your email address will not be published.