Latest Odisha News

BREAKING NEWS

ଦୁବାଇ ୨୪ଏଚ୍ ରେସରେ ଜିତିଲେ ଅଭିନେତା ଅଜିତ୍ କୁମାର

ଦୁବାଇ: ସାଉଥ ସୁପରଷ୍ଟାର ଅଜିତ କୁମାର ପୁଣିଥରେ ରେସକୁ ଫେରିଛନ୍ତି। ଅଭିନେତା ଜଣକ ୨୪ଏଚ୍ ଦୁବାଇ ୨୦୨୫ ଏଣ୍ଡ୍ୟୁରାନ୍ସ ରେସରେ ଅଂଶଗ୍ରହଣ କରିଥିଲେ। ବିଜୟୀ ହେବା ପରେ ସେ ଭାରତୀୟ ପତାକା ହଲାଇ ସେଲିବ୍ରେସନ କରିଥିଲେ।

ତାଙ୍କ ଟିମ୍ ପକ୍ଷରୁ ‘ଏକ୍ସ’ରେ ଏନେଇ ସୂଚନା ଦିଆଯାଇଛି। କ୍ୟାପସନରେ ଉଲ୍ଲେଖ ରହିଛି ଯେ, “ଅଜିତ କୁମାରଙ୍କ ପାଇଁ ଡବଲ ବିଜୟ। ୯୯୧ ବର୍ଗରେ ତୃତୀୟ ସ୍ଥାନ ଏବଂ ଜିଟି୪ ବର୍ଗରେ ସ୍ପିରିଟ୍ ଅଫ୍ ଦି ରେସ୍। ବ୍ରେକ୍ ଫେଲ୍ ହେବା ଯୋଗୁଁ ହୋଇଥିବା ଦୁର୍ଘଟଣା ପରେ କି ଧମାକାଦାର ପ୍ରତ୍ୟାବର୍ତ୍ତନ”।

ପୁରସ୍କାର ବିତରଣ ଉତ୍ସବ ସମୟରେ ସେ ତ୍ରିରଙ୍ଗା ଧରି ମଞ୍ଚକୁ ଯିବା ସହ ଅତିଥିଙ୍କ ଠାରୁ ଟ୍ରଫି ନେଇଥିଲେ। ଅପରପକ୍ଷରେ ୫୩ ବର୍ଷୀୟ ଏହି ଅଭିନେତା ଜଣକ ଗତ ସେପ୍ଟେମ୍ବର ମାସରେ ନିଜ ନାମରେ ରେସିଂ ଟିମର ଶୁଭାରମ୍ଭ କରିଥିଲେ।

 

Comments are closed.