Latest Odisha News

ଋଷ୍ ସହଯୋଗରେ ଭାରତରେ ତିଆରି ହେବ ‘AK-203 ରାଇଫଲ୍ସ’

ନୂଆଦିଲ୍ଲୀ :  ଭାରତୀୟ ସେନା ନିଜକୁ ପ୍ରସ୍ତୁତ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି। ଏବେ ଦେଶର ତିଆରି ହେବ ଶକ୍ତିଶାଳୀ ବନ୍ଧୁକ AK-203 ଆସଲ୍ଟ ରାଇଫଲ୍। ଏଥିପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ , ଉତ୍ତରପ୍ରଦେଶ ଅମେଠିର କୋରୱାରେ ଏହା ତିଆରି କରାଯିବ ।

ମିଳିଥିବା ସୂଚନା ଅନୁଯାୟୀ ଡିସେମ୍ବର ୬ ତାରିଖରେ ବ୍ଲାନ୍ଦିମିର ପୁଟିନ ଭାରତ ଭ୍ରମଣରେ ଆସୁଛନ୍ତି। ତେବେ ଏହାପୂର୍ବରୁ ଭାରତ ସରକାର AK-203 ଆସଲ୍ଟ ରାଇଫଲ୍ସ ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି।ଏହି ରାଇଫଲ ତିଆରି ହେଲେ ଭାରତୀୟ ସେନା ଆହୁରୀ ମଜବୁତ ହେବ। ଭାରତ ଚୀନ୍ ,ସହ ମିଶି ଏହି ଭୟଙ୍କର ବନ୍ଧୁକ ତିଆରି କରିବା ପାଇଁ ଯୋଜନା କରିଥିଲା।ହେଲେ ମେକ୍ ଇନ୍ ଇଣ୍ଡିଆ ପ୍ରୋଜେକ୍ଟରେ ଆସୁଥିବା ଏହି କାମ କୋଭିଡ ପାଇଁ ବିଳମ୍ବ ହୋଇଛି।

ଅନ୍ୟପଟେ କେନ୍ଦ୍ର ଯୋଜନା ଅନୁସାରେ ୨୦ ହଜାର ବନ୍ଧୁକ ଋଷ ସିଧାସଳଖ କିଣାଯିବ। ଆଉ ୫ ଲକ୍ଷ ଦେଶରେ ତିଆରି କରାଯିବ। ଭାରତୀୟ ସେନା ୩୦ ବର୍ଷ ପୁରୁଣା ଇନ୍ସାସ୍ ରାଇଫଲ୍ସ ବ୍ୟବହାର କରୁଛି। ଋଷର AK-203ରାଇଫଲ୍ସ ଭାରତରେ ତିଆରି ହେଲେ ସେନା ଏହାକୁ ବ୍ୟବହାର କରିବ।  AK-203 ରାଇଫଲ୍ସର ଶୁଟିଂ ରେଞ୍ଜ୍ ୩୦୦ ମିଟର ରହିବ।

 

Comments are closed.