Latest Odisha News

BREAKING NEWS

୩୮ ଦେଶକୁ ବ୍ୟାପିଲା ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍

ନୂଆଦିଲ୍ଲୀ : ୩୮ଟି ଦେଶକୁ ବ୍ୟାପିଲା କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଓମିକ୍ରନ ଜନିତ ମୃତ୍ୟୁ ହୋଇନାହିଁ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଏବେ ବି ଓମିକ୍ରନ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡିନି ଏବଂ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ଭୂତାଣୁ ସମ୍ପର୍କରେ ସବୁକିଛି ସ୍ପଷ୍ଟ ହେବ । ଏହାସହ ଏହି ଭାଇରସ କୋଭିଡ ପରି ବିଶ୍ବରେ ବ୍ୟାପକ ଅର୍ଥନୈତିକ କ୍ଷତି ଘଟାଇବ ବୋଲି ଚେତାବନୀ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।

ଆମେରିକା ଓ ଅଷ୍ଟ୍ରେଲିଆରେ ଓମିକ୍ରନ ଭୂତାଣୁ ଚିହ୍ନଟ ହେବା ପରେ, ଏହି ଦୁଇ ଦେଶରେ ବ୍ୟାପକ ସତର୍କତା ଜାରି କରାଯାଇଛି । ଡବ୍ଲ୍ୟୁଏଚଓର ଜରୁରୀକାଳୀନ ନିର୍ଦ୍ଦେଶକ ମାଇକେଲ ରିଆନ କହିଛନ୍ତି, ଏହି ଭୂତାଣୁର ପ୍ରଭାବ, ଟିକା ଜରିଆରେ ଏହାର ମୁକାବିଲା ଆଦି ନେଇ କୌଣସି ସୂଚନା ମିଳିପାରିନାହିଁ । ସେପଟେ ଦକ୍ଷିଣ ଆଫ୍ରିକାର ଗବେଷକମାନେ କହିଛନ୍ତି ଯେ, ଡେଲଟା ଓ ବିଟା ଭାରିଆଣ୍ଟ ତୁଳନାରେ ଓମିକ୍ରନ ତିନି ଗୁଣ ଅଧିକ ସଂକ୍ରମଣ ସୃଷ୍ଟି କରିବ । ଓମିକ୍ରନ ଠାବ ହେବା ପରଠାରୁ ଦକ୍ଷିଣ ଆଫ୍ରିକାରେ ୫ ବର୍ଷରୁ କମ୍ ବୟସର ଶିଶୁ ଓ ୧୫ରୁ ୧୯ ବୟସର ପିଲା ଅଧିକ କୋଭିଡ ସଂକ୍ରମିତ ହେବା ପରିଲକ୍ଷିତ ହେଉଛି । ଗୁରୁତର ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ।

Leave A Reply

Your email address will not be published.