Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଆନ୍ତଃରାଜ୍ୟ ଅପରାଧୀଙ୍କୁ ଏନକାଉଣ୍ଟର କଲା ପୋଲିସ

ରାଉରକେଲା: ରାଉରକେଲା ପୋଲିସର ଏନକାଉଣ୍ଟର । ଶନିବାର ସହରରେ ଏନକାଉଣ୍ଟର କରିଛି ରାଉରକେଲା ପୋଲିସ । ଆନ୍ତଃରାଜ୍ୟ ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ଅପରାଧୀ ଆହତ ହୋଇଛନ୍ତି । ଅନ୍ୟ ଜଣଙ୍କୁ ଗିରଫ କରିଛି ପୋଲିସ । ଆହତ ଅପରାଧୀକୁ ଚିକିତ୍ସା ଲାଗି ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଆହତ ଅପରାଧୀର ଗୋଡ଼ରେ ଗୁଳି ବାଜିଛି । ଅପରାଧୀଙ୍କ ଠାରୁ ପୋଲିସ ଗୋଟିଏ ଏକେ-47, ଗୋଟିଏ ୯ ଏମ୍ ଏମ୍ ପିସ୍ତଲ, ଗୁଳି, ଗୋଟିଏ କାର, ବାଇକ୍ ଆଦି ଜବତ କରିଛି । ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ଏବଂ ରାଉରକେଲା ଏସପି ଆରଜିଏଚରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚାନ୍ଦିପୋଷ ଥାନା ଅଞ୍ଚଳରେ ନଜର ରଖିଥିଲା । ଶନିବାର ସକାଳେ ଅପରାଧୀ ଦ୍ୱୟ ଏକ କାରରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଅପରାଧୀ ମାନେ ପୋଲିସ ଉପରକୁ ଗୁଳି ଚଳାଇବା ପରେ ପୋଲିସ ଆତ୍ମରକ୍ଷା କରିବାକୁ ଯାଇ ପାଲଟା ଗୁଳି ଚଳାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଅପରାଧୀ ଦ୍ୱୟ ବିହାର ଏବଂ ଝାଡ଼ଖଣ୍ଡର । ସହରରେ କୌଣସି ଏକ ବଡ଼ ଅପରାଧ କରିବାକୁ ଯୋଜନା କରୁଥିଲେ ବୋଲି ପୋଲିସ ଅନୁମାନ କରି ତଦନ୍ତ କରୁଛି ।

Leave A Reply

Your email address will not be published.