Latest Odisha News

BREAKING NEWS

ରୋହିତଙ୍କ ପାଖକୁ ଫେରିବ କି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଦାୟିତ୍ୱ

ମୁମ୍ବାଇ: ୫ ଥର ଆଇପିଏଲ ଟାଇଟଲ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଏଥର ସେତେଟା ଉତ୍ସାହଜନକ ରହି ନାହିଁ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ତାର ପ୍ରଥମ ୨ଟି ମ୍ୟାଚରେ ପରାଜିତ ହୋଇଛି । ରୋହିତଙ୍କୁ ଅଧିନାୟକ ପଦରୁ ହଟେଇବା ପରେ ମୁମ୍ବାଇ ଟିମ ଏକ ପ୍ରକାର ଦୁଇ ଭାଗରେ ଭାଗ ହୋଇଛି । ପ୍ରଶଂସକଙ୍କଠାରୁ ଆରମ୍ଭ କରି ସାଥୀ ଖେଳାଳିମାନେ ସହଜରେ ଏହାକୁ ଗ୍ରହଣ କରିପାରି ନାହାନ୍ତି । ରିପୋର୍ଟ ମୁତାବକ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମୁମ୍ବାଇ ଶୋଚନୀୟ ଭାବେ ହାରିବା ପରେ ହାର୍ଦ୍ଦିକଙ୍କ ଅଧିନାୟକ ଦକ୍ଷତା ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ମ୍ୟାଚ ପରେ ରୋହିତଙ୍କ ସହ ମୁମ୍ବାଇ ଫ୍ରାଂଚାଇଜର ଆକାଶ ଅମ୍ବାନୀ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ରୋହିତଙ୍କ ହାତକୁ ଅଧିନାୟକ ଦାୟିତ୍ୱ ଫେରିବା ଆଶା କରାଯାଉଛି । ହାର୍ଦ୍ଦିକ ମଧ୍ୟ ପ୍ରଦର୍ଶନ ଅପେକ୍ଷା ଅଧିନାୟକ ହେବା ନିଶାରେ କେତେକ ଭୁଲ ପଦକ୍ଷେପ ଗ୍ରହଣ କରିଛନ୍ତି । ୨ଟି ଯାକ ମ୍ୟାଚରେ ହାର୍ଦ୍ଦିକଙ୍କୁ ହୁଟିଂର ଶୀକାର ହେବାକୁ ପଡିଛି । ହାଇଦ୍ରାବାଦା ବିସ୍ଫୋରକ ବ୍ୟାଟିଂ ପରେ ସେ ରୋହିତଙ୍କ ଶରଣ ନେଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.