Latest Odisha News

BREAKING NEWS

ଏହି ଦୁଇ ପେସ ବୋଲର ଆଫଗାନିସ୍ତାନ, ଇଂଲଣ୍ଡ ବିପକ୍ଷରେ ଖେଳି ନ ପାରନ୍ତି

ନୂଆଦିଲ୍ଲୀ: ଜୁନ ମାସରୁ ଭାରତୀୟ କ୍ରିକେଟ ଟିମର ଆନ୍ତର୍ଜାତୀୟ ମୁକାବିଲା ଆରମ୍ଭ ହୋଇଯିବ । ଘରୋଇ ପରିବେଶରେ ଟିମ ଇଣ୍ଡିଆ ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ଟେଷ୍ଟ ଏବଂ ପରେ ଦିନିକିଆ ସିରିଜ ଖେଳିବ । ଟିମ ଇଣ୍ଡିଆର ଦୁଇ ଯୁବ ପେସ ବୋଲର ଆକାଶଦୀପ ଓ ହର୍ଷିତ ରାଣା ଏହି ସିରିଜରେ ଖେଳିବା ନେଇ ସନ୍ଦେହ ରହିଛି । ଉଭୟ ଖେଳାଳି ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇ ନାହାନ୍ତି । ଏହା ପରେ ଟିମ ଇଣ୍ଡିଆ ଇଂଲଣ୍ଡ ଓ ଆୟର୍ଲାଣ୍ଡ ଗସ୍ତରେ ଯିବ । ରିପୋର୍ଟ ମୁତାବକ ଏହି ସିରିଜରେ ମଧ୍ୟ ସେମାନେ ଖେଳି ନ ପାରନ୍ତି । ପିଠି ସମସ୍ୟା ଯୋଗୁ ଟି୨୦ ବିଶ୍ୱକପ ଠିକ ପୂର୍ବରୁ ସେ ଦଳରୁ ଓହରି ଯାଇଥିଲେ । ସେ ଏବେ ରିହ୍ୟାବରେ ଅଛନ୍ତି ।

ସମ୍ପୂର୍ଣ୍ଣ ମ୍ୟାଚ ଫିଟ ହେବା ପାଇଁ ଉଭୟ ଖେଳାଳିଙ୍କୁ ଅଧିକ ସମୟ ଲାଗିବ । ଆକାଶଦୀପ ଅଗଷ୍ଟ ବେଳକୁ ଠିକ ହୋଇ ଯାଇଥିବେ । ସେ ଦୁଲୀପ ଟ୍ରଫିରେ ଫର୍ମ ଏବଂ ଫିଟନେସ ପ୍ରମାଣ କରିବାକୁ ପଡିବ ନୀତିଶ ରାଣାଙ୍କ କେବେ ଫିଟ ହେବେ ତାହା ଜଣାପଡି ନାହିଁ । ଜୁନ ୬ରୁ ଆଫଗାନିସ୍ତାନ ବିପକ୍ଷରେ ଭାରତ ଟେଷ୍ଟ ମ୍ୟାଚ ଖେଳିବ । ୧୪ରୁ ୨୦ଜୁନ ମଧ୍ୟରେ ୩ଟି ଦିନିକିଆ ସିରିଜ ଖେଳାଯିବ । ଏହା ପରେ ଟିମ ଇଣ୍ଡିଆ ଇଂଲଣ୍ଡ ଓ ଆୟର୍ଲାଣ୍ଡ ଗସ୍ତରେ ଯିବ ।

Leave A Reply

Your email address will not be published.