ନୂଆଦିଲ୍ଲୀ: ୨୦୨୬ ମହିଳା ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ମହିଳା ଟିମ୍ ଘୋଷଣା କରାଯାଇଛି। ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ଇଂଲଣ୍ଡରେ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୧୨ ତାରିଖରେ ଆରମ୍ଭ ହେବାକୁ ଥିବା ବେଳେ ଜୁଲାଇ ୫ ତାରିଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।
ମହିଳା ଟି-୨୦ରେ ଭାରତର ପ୍ରଥମ ମ୍ୟାଚ୍ ଜୁନ୍ ୧୪ ତାରିଖରେ ପାକିସ୍ତାନ ବିପକ୍ଷରେ ହେବ। ଉଲ୍ଲେଖଯୋଗ୍ୟ ଯେ ମହିଳା ଟି-୨୦ ବିଶ୍ୱକପ୍ ଏପର୍ଯ୍ୟନ୍ତ ୯ ଥର ଖେଳାଯାଇଛି। ଅଷ୍ଟ୍ରେଲିଆ ମହିଳା ଦଳ ୬ ଥର ବିଶ୍ୱକପ୍ ଜିତିଛି। ଏହି ସମୟରେ ଭାରତୀୟ ମହିଳା ଦଳ ୨୦୨୪ ଟି-୨୦ ବିଶ୍ୱକପ୍ ରେ ସେମିଫାଇନାଲ୍ ପହଞ୍ଚିପାରି ନଥିଲା।
ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ
1) ହରମାନପ୍ରୀତ କୌର (କ୍ୟାପଟେନ)
୨) ସ୍ମୃତି ମନ୍ଦନା (ଉପ-କ୍ୟାପଟେନ)
3) ସେଫାଲି ବର୍ମା
4) ଜେମିମା ରୋଡ୍ରିଗୁସ୍
5) ଭାରତୀ ଫୁଲମାଲି
6) ଦୀପ୍ତି ଶର୍ମା
7) ରିଚା ଘୋଷ (ୱିକେଟ୍ କିପର)
8) ଶ୍ରୀଚରଣୀ
9) ୟସ୍ତିକା ଭାଟିଆ (ୱିକେଟ୍ କିପର)
10) ନନ୍ଦିନୀ ଶର୍ମା
11) ଅରୁନ୍ଧତୀ ରେଡ୍ଡୀ
12) ରେଣୁକା ଠାକୁର
13) କ୍ରାନ୍ତି ଗୌଡ୍
14) ଶ୍ରେୟଙ୍କା ପାଟିଲ୍
15) ରାଧା ଯାଦବ
Comments are closed.