Latest Odisha News

ପଦାର୍ପଣ ଟେଷ୍ଟରେ ଆକାଶଦୀପଙ୍କ କମାଲ, ୧୩ ଇନିଂସ ପରେ ଶତକ ମାରିଲେ ଜୋ ରୁଟ

ରାଂଚୀ: ଇଂଲଣ୍ଡ ବିପକ୍ଷ ୪ର୍ଥ କ୍ରିକେଟ ଟେଷ୍ଟରେ ଭାରତର ଆକାଶଦୀପ ପଦାର୍ପଣ ମ୍ୟାଚରେ ପ୍ରଭାବୀ ବୋଲିଂ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୭ ୱିକେଟ ବିନିମୟରେ ୩୦୨ ରନ ସଂଗ୍ରହ କରିଛି । ଜୋ ରୁଟ ୨୨୬ ବଲରେ ୧୦୬ ରନ କରି ନଟଆଉଟ ଅଛନ୍ତି । ୧୩ଟି ଇନିଂସ ପରେ ରୁଟ ଫର୍ମକୁ ଫେରିବା ସହ ଶତକ ମାରିଛନ୍ତି । ଜ୍ୟାକ କ୍ରାଉଲି ୪୨ ଓ ଜନୀ ବେୟାରଷ୍ଟୋ ୩୮ ରନ କରିଥିଲେ । ଅପରପକ୍ଷରେ ଆକାଶଦୀପ ରାଂଚୀରେ ଭାରତର ୩୧୩ତମ ଖେଳାଳି ଭାବେ ଆନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟର ଆରମ୍ଭ କରିଛନ୍ତି ।

ଆକାଶଦୀପ ୭୦ ରନରେ ୩ଟି ୱିକେଟ ଅକ୍ତିଆର କରିଥିଲେ । ଇଂଲଣ୍ଡର ଟପ ଅର୍ଡର କ୍ରାଉଲୀ, ବେନ ଡକେଟ ଓ ଅଲୀ ପୋପଙ୍କ ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସିରାଜ ୨ଟି ଏବଂ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱୀନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ରହିଛି ।

Leave A Reply

Your email address will not be published.