Latest Odisha News

BREAKING NEWS

ୱିମେନ୍ସ ପ୍ରିମିୟର ଲିଗ: ଉଦଘାଟନୀ ଉତ୍ସବରେ ଦେଖିବାକୁ ମିଳିଲା ବଲିଉଡ ଗ୍ଲାମର

ବାଙ୍ଗାଲୋର: ୱିମେନ୍ସ ପ୍ରିମିୟର ଲିଗ ସିଜନ ୨ର ଉଦଘାଟନୀ ଉତ୍ସବ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଧୂମଧାମରେ ଆୟୋଜିତ ହୋଇଛି । ୪୫ ମିନିଟ ଧରି ଅନୁଷ୍ଠିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଶାହାରୁଖ ଖାଁ, ଟାଇଗର ଶ୍ରଫ, ଶାହୀଦ କାପୁର, ବରୁଣ ଧାୱନ, ସିଦ୍ଧାର୍ଥ ମାଲହୋତ୍ରା ଓ କାର୍ତିକ ଆର୍ଯ୍ୟନଙ୍କ ପରି କଳାକାର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ତିକ ତେରି ଆଖେଁ ଭୁଲ ଭୁଲୈୟାରେ ଡ୍ୟାନ୍ସ କରିଥିଲେ । ଏହା ପରେ ସିଦ୍ଧାର୍ଥ ରାତ ଲମ୍ବିଆ ଗୀତରେ ଦର୍ଶକଙ୍କ ମନ ଜିଣିଥିଲେ । ଟାଇଗର ମୋରେ ନାଲ ତୁ ହ୍ୱିସଲ ବଜା ଗୀତରେ ଡ୍ୟାନ୍ସ କରିଥିବା ବେଳେ ଶାହୀଦ କାପୁର ସୁପରବାଇକରେ ମଂଚ ଉପରକୁ ଆସିଥିଲେ ।

ଏହା ପରେ ବଲିଉଡ ବାଦଶାହ ଶାହାରୁଖ ଖାଁଙ୍କ ଏଂଟ୍ରି ହୋଇଥିଲା । ସେ ଝୁମେ ଜୋ ପଠାନ ଗୀତରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବା ଭଳି ପ୍ରଦର୍ଶନ କରିଥିଲେ । ଷ୍ଟାଡିୟମ ତାଳି ଓ ହ୍ୱିସଲ ଶବ୍ଦରେ କମ୍ପି ଉଠିଥିଲା । ସମସ୍ତ ଟିମର ଅଧିନାୟିକାଙ୍କୁ ଶାହାରୁଖ ମଂଚ ଉପରକୁ ଡାକିବା ପରେ ଫଟୋ ସେଶନ ହୋଇଥିଲା । କିଛି ସମୟ ପରେ ଡବ୍ଲ୍ୟୁପିଏଲ ଦ୍ୱିତୀୟ ସଂସ୍କରଣର ମ୍ୟାଚ ଆରମ୍ଭ ହେବ ।

Leave A Reply

Your email address will not be published.