ଜବଲପୁର: ଭାରତ ଏକ ମନ୍ଦିର ମାଳିନୀର ଦେଶ । ଏଠାରେ ଅନେକ ମଠ ମନ୍ଦିର ରହିଛି । ବହୁ ଧର୍ମାବଲମ୍ବୀର ଲୋକ ଏଠାରେ ବସବାସ କରନ୍ତି । ପ୍ରତ୍ୟେକ ଦିନ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଐତିହାସିକ ସ୍ଥଳୀ କୁହନ୍ତୁ ବା ମଠ ମନ୍ଦିର ବୁଲିବାକୁ ଯାଆନ୍ତି । କିନ୍ତୁ ଏସବୁ ମନ୍ଦିର ପଛରେ ଯେଉଁ ରହସ୍ୟମୟୀ କାହାଣୀ ଲୁଚି ରହିଛି । ତାହା ସମସ୍ତଙ୍କୁ ଜଣାନଥାଏ । ଆଜି ଆମେ ସେଭଳି କିଛି ମନ୍ଦିରର ଇତିହାସ ସମ୍ପର୍କରେ ଜାଣିବା ।
ଜବଲପୁର ସୁପାତାଲରେ ଏପରି ଏକ ମନ୍ଦିର ରହିଛି । ଯେଉଁଠି ଗତ ୫୬ ବର୍ଷ ହେବ ଅଖଣ୍ଡ ରାମାୟଣ ପାଠ ଜାରି ରହିଛି । କିଛି କ୍ଷଣ ପାଇଁ ମଧ୍ୟ ଏହି ମନ୍ଦିରରେ ରାମାୟଣ ପାଠ ବନ୍ଦ ହୁଏ ନାହିଁ। ୧୯୬୭ ମସିହାରେ, ଯେତେବେଳେ ସନ୍ତ ଦାଦା ଭଗବାନ୍ ଜବଲପୁର ସୁପାତାଲର ଏହି ସ୍ଥାନରେ ପହଞ୍ଚିଥିଲେ, ସେତେବେଳେ ସେ ୫ ଦିନ ରାମାୟଣକୁ ପାଠ କରିବାକୁ ସ୍ଥିର କରିଥିଲେ। ଏହାପରେ ଏହି ମନ୍ଦିରରେ ଏପରି ଚମତ୍କାର ଘଟଣା ଘଟିଥିଲା, ପ୍ରଭୁ ହନୁମାନ ଜୀ ତାଙ୍କୁ ଏକ ପ୍ରେରଣା ପ୍ରଦାନ କରିଥିଲେ । ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ଏଠାରେ ରାମାୟଣ ପାଠ ଜାରି ରହିଛି ।
ବିଶ୍ବାସ କରାଯାଏ ନିଜେ ହନୁମାନ ଏଠାରେ ଭକ୍ତ ମାନଙ୍କ ସହ ରାମାୟଣ ଶୁଣନ୍ତି । ମନ୍ଦିରର ପୂଜାରୀଙ୍କ କହିବା ମୂତାବକ ମନ୍ଦିରରେ ରାମାୟଣ ପାଠ କରିବା ସମୟରେ ସେ ଅନୁଭବ କରନ୍ତି ଯେ ହନୁମାନ ଜୀ ନିଜେ ପ୍ରତିଦିନ ତାଙ୍କ ସହ ବସି ରାମାୟଣର ପାଠ ଶୁଣନ୍ତି। କେବଳ ଅଖଣ୍ଡ ରାମାୟଣ ପାଠ ନୁହେଁ , ଘିଅରେ ଅଖଣ୍ଡ ଜ୍ୟୋତି ମଧ୍ୟ ଜଳୁଛି । ଏହା ବ୍ୟତୀତ ସନ୍ଥ ଦାଦା ଭଗବାନର ଧୁନି ମଧ୍ୟ ଗତ ୫୬ବର୍ଷ ହେବ ଜଳୁଛି ।
ଏଠାରେ ଆଉ ଏକ ପରମ୍ପରା ମଧ୍ୟ ରହିଛି । ଏଠାରେ ଯେ କେହି ବି ରାମାୟଣ ପାଠ କରିବେ । ତାଙ୍କୁ ସ୍ୱତନ୍ତ୍ର ଆଧ୍ୟାତ୍ମିକ ପୋଷାକ ପିନ୍ଧିବା ବାଧ୍ୟତାମୂଳକ । ଜିନ୍ସ, ସାର୍ଟ ପରି ଆଧୁନିକ ପୋଷାକ ପିନ୍ଧି ରାମାୟଣ ପାଠ କରାଯାଇପାରିବନାହିଁ । କେବଳ ଧୋତି ଏବଂ କୁର୍ତ୍ତା ପିନ୍ଧି ଏହାକୁ ପାଠ କରିବାକୁ ପଡିବ । ବିଶ୍ବାସ ରହିଛି ଭକ୍ତି ସହକାରେ ଯିଏ ଏଠାରେ ଆସି ରାମାୟଣ ପାଠ କରନ୍ତି, ସେମାନଙ୍କର ସବୁ ମନବାଞ୍ଝା ପୂରଣ କରନ୍ତି ହନୁମାନ ଜି ।
Comments are closed.