Latest Odisha News

BREAKING NEWS

ଆଜିଠୁ ଖୋଲିଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଭଦ୍ରକ: ଦୀର୍ଘ ୯ ମାସ ପରେ ଖୋଲିଲା ଭଦ୍ରକର ପ୍ରସିଦ୍ଧ ଆରଡି ଆଖଣ୍ଡଳମଣି ମନ୍ଦିର । ଆଜି ଓ କାଲି ସେବାୟତ ଓ ତାଙ୍କ ପରିବାର ପ୍ରଭୁଙ୍କୁ ଦର୍ଶନ କରିବେ । ୩୦ ଓ ୩୧ରେ ନିକଟ ୪ଟି ପଞ୍ଚାୟତ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିବେ । କୋଭିଡ୍ କଟକଣା ନିୟମ ମାନି ଦର୍ଶନ କରିବେ ଭକ୍ତ ।

ଭିଡ଼କୁ ଦୃଷ୍ଟିରେ ରଖି ନୂଆବର୍ଷ ପାଇଁ ୨ ଦିନ ବନ୍ଦ ରହିବ ଦର୍ଶନ । ଜାନୁଆରୀ ୩ରୁ ଆରମ୍ଭ ସର୍ବସାଧାରଣ ଦର୍ଶନ । କୋଭିଡ୍ କଟକଣା ଓ ନିୟମ ଅନୁସାରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବେ ଭକ୍ତ ।

Leave A Reply

Your email address will not be published.