Latest Odisha News

BREAKING NEWS

ଆଜି ଭାରତୀୟ ଜାତୀୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ (INC) ସୋମବାର ଏହାର ୧୩୬ ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସଦସ୍ୟମାନେ ‘ତିରଙ୍ଗା ଯାତ୍ରା’ ଆୟୋଜନ କରିବାକୁ ତଥା ସୋସିଆଲ ମିଡିଆ ଅଭିଯାନରେ ‘ସେଲଫି ସହିତ ତିରଙ୍ଗା’ ପ୍ରଦର୍ଶନ କରିବାକୁ ଦଳ ରାଜ୍ୟ ୟୁନିଟକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନାଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଅନୁସରଣ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

BjdElectrycity

ଡିସେମ୍ବର ୨୮, ୧୮୮୫ ରେ ଗଠିତ INC, ଉମେଶ ଚନ୍ଦ୍ର ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଉପରୋକ୍ତ ତାରିଖ ଠାରୁ ସେହି ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ମୁମ୍ବାଇରେ ଏହାର ପ୍ରଥମ ଅଧିବେଶନ କରିଥିଲା।

“ଡିସେମ୍ବର ୨୮, ୨୦୨୦ରେ INCକୁ ୧୩୬ ବର୍ଷ ପୁରିଛି। ଏହି ଦିନ ରାଜ୍ୟ ତଥା ଜିଲ୍ଲା ମୁଖ୍ୟାଳୟରେ ଦଳ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଏବଂ କାର୍ଯ୍ୟାଳୟର ଅଧିକାରୀ, ସାଂସଦ, ବିଧାୟକ / ଏମଏଲସି ମାନଙ୍କୁ ଏହି କାର୍ଯ୍ୟରେ ଭାଗ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏଆଇସିସି ଏକ ପ୍ରେସ ବିବୃତ୍ତିରେ କହିଛି। ଏଥିରେ କୁହାଯାଇଛି ଯେ ତିରଙ୍ଗା ଯାତ୍ର ଏବଂ ଅନ୍ୟାନ୍ୟ ଅଭିନବ ଅଭିଯାନ ମଧ୍ୟ ଆବଶ୍ୟକ ସାମାଜିକ ଦୂରତା ଅନୁସରଣ କରି ସଂଗଠିତ ହୋଇପାରେ।

Leave A Reply

Your email address will not be published.