Latest Odisha News

BREAKING NEWS

“ବାଏ୍‌ ୱାନ୍‌ ଗେଟ୍‌ ୱାନ୍‌ ଫ୍ରି” ଖାଦ୍ୟ ପ୍ରମୋସନ୍‌କୁ ଆଉ ଅନୁମତି ନାହିଁ; ବ୍ରିଟେନ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୨ ଏପ୍ରିଲ୍‌ଠାରୁ ବ୍ରିଟେନ “ବାଏ୍‌ ୱାନ୍‌ ଗେଟ୍‌ ୱାନ୍‌ ଫ୍ରି” ଖାଦ୍ୟ ପ୍ରମୋସନ୍‌ ଉପରେ ପ୍ରତିବନ୍ଧକ ଲଗାଇବ ବୋଲି ବିଟ୍ରେନ୍‌ ସରକାର ସୋମବାର ଦିନ କହିଛନ୍ତି। ଏଭଳି ଏକ ପଦକ୍ଷେପ ଗ୍ରହଣ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଅତ୍ୟଧିକ ମୋଟାପଣର ମୁକାବିଲା ତଥା ଜନସ୍ୱାସ୍ଥ୍ୟ କଲ୍ୟାଣକୁ ଦୃଷ୍ଟିରେ ରଖି ଏହାର ଯୋଜନା ହେଉଛି।

BjdElectrycity

ସରକାର କହିଛନ୍ତି ଯେ ମେଦବହୁଳତା ହେଉଛି ବ୍ରିଟେନର ଦୀର୍ଘସ୍ଥାୟୀ ଜନସ୍ୱାସ୍ଥ୍ୟ ସମସ୍ୟା। ଏହି ପରିପ୍ରେକ୍ଷୀରେ ମଧ୍ୟ ଏପରି ଉତ୍ପାଦ ଉପରେ ଷ୍ଟୋରର ପ୍ରମୋଟ୍‌ କରଯାଉଥିବା ଖାଦ୍ୟ ଉପରେ ବିଜ୍ଞାପନ ଦିଆଯାଇପାରିବ ନାହିଁ। ଏହାସହିତ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରମୋସନ୍‌କୁ ମଧ୍ୟ ଅନୁମତି ଦିଆଯିବ ନାହିଁ।

“ଆମେ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରମୋସନ୍‌ ଉପରେ ଉପରେ ପ୍ରତିବନ୍ଧକ ଲଗାଉଛୁ। ଏପରି ଏକ ପରିବେଶ ସୃଷ୍ଟି କରିବା ଯାହା ସମସ୍ତଙ୍କୁ ନିୟମିତ ଭାବେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାରେ ସାହାଯ୍ୟ କରିଥାଏ, ଦେଶର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଗୁରୁତ୍ୱପୂର୍ଣ୍ଣ ବୋଲି ଜନସ୍ୱାସ୍ଥ୍ୟ ମନ୍ତ୍ରୀ ଜୋ ଚର୍ଚ୍ଚିଲ କହିଛନ୍ତି।

Leave A Reply

Your email address will not be published.