ପୁରୀ: ଶ୍ରୀମନ୍ଦିରରେ ଅଘଟଣ । ଶ୍ରୀମନ୍ଦର ନୀଳଚକ୍ରରେ ପତିତପାବନ ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡଟି ଭାଙ୍ଗିଯାଇଛି । ସଂଧ୍ୟା ସମୟରେ ଏଭଳି ଅଘଟଣର ଦୃଶ୍ୟ ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ଅପରାହ୍ନରେ ବାନା ପରିବର୍ତ୍ତନ ହୁଏ । ତେବେ ଆଜି ଚୁନରା ସେବାୟତ ବାନା ପରିବର୍ତ୍ତନ କରିବାକୁ ଗଲାବେଳେ ହଠାତ୍ ଏହି ବାଉଁଶର ଅକ୍ଷୟ ଦଣ୍ଡଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା ।
ଏଥିପାଇଁ ଶ୍ରୀମନ୍ଦିର ଚୂଡ଼ାରେ ବାନା ବାନ୍ଧି ନପାରି, କେବଳ ନୀଳଚକ୍ରରେ ବାନା ବାନ୍ଧିଛନ୍ତି ଚୁନରା ସେବକ । ଫଳରେ ଶ୍ରୀମନ୍ଦିର ଚୂଡ଼ାରେ ସବୁଦିନ ଫର ଫର ଉଡୁଥିବା ନୀଳଚକ୍ର ବାନା ଗତକାଲି ଉଡ଼ିପାରିନି । ଅକ୍ଷୟ ଦଣ୍ଡ ଭାଙ୍ଗିଯିବା ଅଶୁଭ ସଙ୍କେତ ଦେଉଛି ବୋଲି ଚର୍ଚ୍ଚା ହେଉଛି ।
Comments are closed.