Latest Odisha News

ବେଲୁନ ବିସ୍ଫୋରଣରେ ୫ ଶିଶୁ ଆହତ

ନୂଆପଡା: ବେଲୁନ ବିସ୍ଫୋରଣରେ ୫ଜଣ ଶିଶୁ ଆହତ ହୋଇଛନ୍ତି । ନୂଆପଡ଼ା ଧରମବନ୍ଧା ଥାନା ପଖାନପଦର ଗାଁରେ ଘଟିଛି ଏହି ଅଘଟଣ । ସମସ୍ତ ୫ ଜଣ ଶିଶୁଙ୍କର ହାତ, ଗୋଡ ଓ ମୁହଁ ପୋଡ଼ିଯାଇଥିବା ଜଣାପଡିଛି । ଆହତ ଶିଶୁଙ୍କୁ ଉଦ୍ଧାର କରାଯାଇ ନୂଆପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଶୁକ୍ରବାର ରାତରେ ହଠାତ୍ ଆକାଶରୁ ଲାଲ ରଙ୍ଗର ଏକ ବେଲୁନ ପୁଞ୍ଜ ଖସିପଡିଥିଲା । ବେଲୁନକୁ ଦେଖି ପିଲାମାନେ ଦୌଡ଼ିଯାଇ ଢେଲା ପଥରମାଡ଼ କରି ବେଲୁନକୁ ଫଟାଇ ଦେଇଥିଲେ । ଏହି ସମୟରେ ବେଲୁନ ପୁଞ୍ଜ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୫ଜଣ ଶିଶୁ ଆହତ ହୋଇଛନ୍ତି ।

ତେବେ ଏହି ଗ୍ୟାସ ଭରା ବେଲୁନ ମାଳ କେଉଁ ସ୍ଥାନରୁ ଆସିଥିଲା କିଏ ଛାଡିଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.