Latest Odisha News

BREAKING NEWS

କରହାଲରୁ ନିର୍ବାଚନ ଲଢ଼ି ପାରନ୍ତି ଅଖିଳେଶ !

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ୟୁପି ନିର୍ବାଚନରେ ସେ ସମାଜବାଦୀ ପାର୍ଟିର ଦୁର୍ଗ କୁହାଯାଉଥିବା ମୈନପୁର ଅନ୍ତର୍ଗତ କରହାଲ ନିର୍ବାଚନୀ ମଣ୍ଡଳୀରୁ ଛିଡା ହେବେ ବୋଲି ଜଣାପଡିଛି । ପାର୍ଟି ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରାଯିବା ପରେ ସ୍ଥିତି ସ୍ପଷ୍ଟ ହେବ । ୨୦୧୨ରେ ଅଖିଳେଶ ସାଂସଦ ପଦ ଛାଡି ୟୁପି ବିଧାନ ପରିଷଦକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ।

୨୦୦୨କୁ ଛାଡିଦେଲେ ୧୯୯୩ରୁ ଆଜି ପର୍ଯ୍ୟନ୍ତ ଏସପିର କେହି ପ୍ରାର୍ଥୀ ମୈନପୁର ଅଂଚଳରେ ପରାଜିତ ହୋଇ ନାହାନ୍ତି । ପୂର୍ବରୁ ବିଧାନ ପରିଷଦକୁ ନିର୍ବାଚିତ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ସୂଚନାଯୋଗ୍ୟ, ବର୍ତମାନର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏଥର ଗୋରଖପୁର ଆସନରୁ ପ୍ରଥମ ଥର ଲାଗି ବିଧାନସଭା ନିର୍ବାଚନ ଲଢ଼ିବେ ।

Comments are closed.