Latest Odisha News

BREAKING NEWS

[ଭିଡ଼ିଓ] ଯୁଦ୍ଧକାଳୀନ ଭିତ୍ତିରେ ଗୁଣୁପୁର-ଥେରୁବାଲି ରେଳଲାଇନ ସଂଯୋଗୀକରଣ କରାଯିବ

ଗୁଣୁପୁର: ୱାଲଟେର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର ଅନୁପମ ଶତପଥିଙ୍କ ଗୁଣୁପୁର ରେଳ ଷ୍ଟେସନ ପରିଦର୍ଶନ । ଖୁବ ଶୀଘ୍ର ଗୁଣୁପୁର ଥେରୁବାଲି ରେଳଲାଇନ ସଂଯୋଗୀକରଣ କରାଯିବ । ରେଳ କ୍ଷେତ୍ରରେ ସମସ୍ତ ବିକାଶ କରାଯିବ ବୋଲି କହିବା ସହିତ କିଛି ଦାବି ପତ୍ର ମଧ୍ୟ ଗ୍ରହଣ କରିଛନ୍ତି । ଏହା ସହିତ ଏହି ଅଞ୍ଚଳ ଗୁଡିକରେ ରେଳ ପାଇଁ ସମସ୍ତ ସୁବିଧା କରାଯିବାର ଦେଇଛନ୍ତି ପ୍ରତିଶ୍ରୁତି ।

ଖୁବ ଶୀଘ୍ର ଯୁଦ୍ଧକାଳୀନ ଭିତ୍ତିରେ ରେଳ ଲାଇନ ସମ୍ପ୍ରସାରଣ କରାଯିବା ସହ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଉଚ୍ଚା କରାଯିବ । ଡେପୁଟି ଜେନେରାଲ ମ୍ୟାନେଜର ଅନୁପମ ଶତପଥୀ ଆଜି ଦିନିକିଆ ଗୁଣୁପୁର ଗସ୍ତରେ ଆସି ଜଣାଇଛନ୍ତି ।

ଚଳିତବର୍ଷ ବଜେଟରେ ରେଳ କ୍ଷେତ୍ରରେ ସମସ୍ତ ବିକାଶ କରାଯିବ । ଖୁବ ଶୀଘ୍ର ଗୁଣୁପୁର ରେଳ ଷ୍ଟେସନ ସହ ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉଚ୍ଚତା କରାଯିବ ଏବଂ ଗୁଣୁପୁର ଠାରୁ ଥେରୁବାଲି ଯାଏଁ ରେଳ ଲାଇନ ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରୀଙ୍କ ନିର୍ଦ୍ଧେଶ ଥିବା ସେ ଜଣାଇଛନ୍ତି । ସେହିଭଳି ଗୁଣୁପୁର ରେଳ ବିଭାଗର ନୂତନ କୋଠା ଗୃହକୁ ମଧ୍ୟ ଉଦଘାଟନ କରିଥିଲେ ।

 

Comments are closed, but trackbacks and pingbacks are open.