ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଏବଂ ପଞ୍ଜାବ ରେ ‘ଇଣ୍ଡିଆ’ ମେଣ୍ଟର ମୁଖ୍ୟ କଂଗ୍ରେସକୁ ବଡ ଝଟକା ମିଳିବା ପରେ, ଏବେ ଉତ୍ତର ପ୍ରଦେଶରୁ କଂଗ୍ରେସ ପାଇଁ ଆସିଛି ଖୁସି ଖବର । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ବଡ ଘୋଷଣା କରିଛନ୍ତି । ଆଜି ଟ୍ବିଟ୍ କରି କହିଛନ୍ତି ଯେ, ସମାଜବାଦୀ ପାର୍ଟି କଂଗ୍ରେସ ପାଇଁ ୧୧ ଟି ଆସନ ଛାଡିବ । ଉତ୍ତର ପ୍ରଦେଶରେ ରାଷ୍ଟ୍ରୀୟ ଲୋକଦଳ କେବଳ ୭ଟି ଆସନରେ ଲଢିବ । ‘ଇଣ୍ଡିଆ’ ମେଣ୍ଟ ଏବଂ ପିଡିଏର ରଣନୀତି ୟୁପିରେ ଇତିହାସ ବଦଳିବ ବୋଲି ଏସପି ସୁପ୍ରିମୋ କହିଛନ୍ତି ।
ଖବର ମୁତାବକ, ଅଖିଳେଶ ଯାଦବଙ୍କ ଏହି ଘୋଷଣା ପରେ, ରାଜ୍ୟର କଂଗ୍ରେସ ନେତୃତ୍ୱ ଅସନ୍ତୋଷ୍ଟ ପ୍ରକାଶ କରିଛନ୍ତି । ଏହା ଅଖିଳେଶଙ୍କର ଏକତରଫା ନିଷ୍ପତ୍ତି ବୋଲି ରାଜ୍ୟ ଅଭିଯୋଗ ହୋଇଛି । ଅନ୍ୟପଟେ ଅଖିଳେଶ ଯାଦବଙ୍କ ଏହି ନିଷ୍ପତ୍ତି ପରେ କଂଗ୍ରେସ ର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ ।
कांग्रेस के साथ 11 मज़बूत सीटों से हमारे सौहार्दपूर्ण गठबंधन की अच्छी शुरुआत हो रही है… ये सिलसिला जीत के समीकरण के साथ और भी आगे बढ़ेगा।
‘इंडिया’ की टीम और ‘पीडीए’ की रणनीति इतिहास बदल देगी।
— Akhilesh Yadav (@yadavakhilesh) January 27, 2024
ଅନ୍ୟପଟେ, କଂଗ୍ରେସର ଉତ୍ତରପ୍ରଦେଶ ସଭାପତି ଅଜୟ ରାୟ କହିଛନ୍ତି ଯେ, ଏନେଇ ଆଲୋଚନା ଜାରି ରହିଛି । ଆମର ରାଷ୍ଟ୍ରୀୟ କମିଟି ଏହା ଉପରେ ଆଲୋଚନା କରୁଛି । ମୁକୁଲ ବାସନିକଙ୍କ ନେତୃତ୍ୱରେ ଗଠିତ କମିଟି ବର୍ତ୍ତମାନ ସମାଜବାଦୀ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରୁଛି । ୧୧ ଟି ଆସନ ସମ୍ବନ୍ଧୀୟ ଚୁକ୍ତିନାମାର ବିବରଣୀ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଚୂଡାନ୍ତ ହୋଇନାହିଁ ।
ତେବେ ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ କଂଗ୍ରେସ ସହିତ ଏସପିର କୌଣସି ମେଣ୍ଟ ହୋଇନଥିଲା, କିନ୍ତୁ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ଦଳ ରାୟବରେଲି ଏବଂ ଅମେଠୀ ଆସନରେ କୌଣସି ପ୍ରାର୍ଥୀ ଦେଇନଥିଲା । ଯେଉଁଠାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ନିର୍ବାଚନ ଲଢିଥିଲେ । ରାଜ୍ୟରେ ମୋଟ କଂଗ୍ରେସ ୮୦ ଟି ଆସନରୁ ୬୭ ଟି ରେ କଂଗ୍ରେସ ପ୍ରାର୍ଥୀ କରିଥିଲା । ଦଳ କୁ ମୋଟ୍ ୬.୪ ପ୍ରତିଶତ ଭୋଟ୍ ମିଳିଥିଲା । ଦଳ କେବଳ ଗୋଟିଏ ଆସନରେ ବିଜୟ ଲାଭ କରିଥିଲା । ସେହି ସମୟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଥିଲେ ।
Comments are closed.