Latest Odisha News

BREAKING NEWS

ନୀତୀଶ କୁମାର ଦେବେ ଇସ୍ତଫା, ବହୁମତ ପରୀକ୍ଷା ଦେବାକୁ ଲାଲୁ ପ୍ରସ୍ତୁତ?

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇସ୍ତଫା ଦେବେ କି? ବିଜେପିର ଦୁଇଟି ସର୍ତ୍ତ ଆଗରେ କଣ ହେବ ଫଳାଫଳ? ବିହାର ରାଜନୀତିରେ ବହୁ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଏବେ ଇସ୍ତଫା ଦେବା ପାଇଁ ରାଜଭବନ ମୁଁହା ନୀତୀଶ କୁମାର। ଯେଉଁଥି ପାଇଁ ସେ ଆଜି ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟିବାର ସମ୍ଭାବନା ରହିଛି। କେବଳ ନୀତୀଶ ବୋଲି ନୁହଁନ୍ତି ୧୦ ଜଣ କଂଗ୍ରେସ ବିଧାୟକ ମଧ୍ୟ ଓହରିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି। ବିହାରରେ ଏକ ଶକ୍ତିଶାଳୀ ଦଳ ହେଉଛି ଆରଜେଡି। ଯାହାକୁ ହରାଇବା ପାଇଁ କରାଯାଉଛି ରଣନୀତି। ସେପଟେ ବିଜେପିର ନଜର ରହିଛି କଂଗ୍ରେସ ବିଧାୟକମାନଙ୍କ ଉପରେ।

ବିହାର ରାଜନୀତିର ସମୀକରଣକୁ ଯଦି ଆହୁରି ତର୍ଜମା କରିବା ତେବେ ଆରଜେଡିର ୭୯ ବିଧାୟକ ଅଛନ୍ତି। ଜେଡିୟୁର ୪୫ ବିଧାୟକ ।ବିଜେପି ପାଖରେ ୭୮ ବିଧାୟକ । ସିପିଆଇ(ଏମ୍-ଏଲ୍)(ଏଲ୍)ର ୧୨ ଜଣ ବିଧାୟକ । କଂଗ୍ରେସର ୧୯ ବିଧାୟକ। ହାମ୍ (ଏସ୍)ର ୪ ଜଣ ବିଧାୟକ ଅଛନ୍ତି। ଏଆଇଏମ୍ ଆଇଏମ୍ ର ଜଣେ ବିଧାୟକ ଅଛନ୍ତି। ସିପିଆଇ(ଏମ୍)ର ୨ ବିଧାୟକ ଅଛନ୍ତି। ସିପିଆଇର ୨ ଜଣ ବିଧାୟକ ଅଛନ୍ତି । ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି।

ବିହାରରେ ସରକାର ଗଠନ ପାଇଁ ଗୋଟିଏ ରାଜନୈତିକ ଦଳକୁ ମୋଟ ୨୪୩ ଆସନ ମଧ୍ୟରୁ ୧୨୨ (ଅଧା) ଆସନ ଦରକାର। ବିହାରରେ ମହାମେଣ୍ଟର ସମୁଦାୟ ୧୫୯ ବିଧାୟକ ଅଛନ୍ତି।

ଯଦି ଜେଡିୟୁ ବିଜେପି ସହ ଯାଏ?

ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ଜେଡିୟୁ ୪୫ ବିଧାୟକଙ୍କୁ ନେଇ ୭୮ ବିଧାୟକ ଥିବା ବିଜେପି ସହ ମେଣ୍ଟ କରି ସରକାର ଗଠନ କରିପାରେ। ଉଭୟ ଦଳର ମିଳିତ ଭାବେ ୧୨୩ ଜଣ ବିଧାୟକ ରହିବେ, ଯାହା କି ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଠାରୁ ମାତ୍ର ଗୋଟିଏ ଅଧିକ। ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ମଧ୍ୟ ଜୁଲାଇ ୨୦୨୩ରେ ଏନଡିଏରେ ଯୋଗ ଦେଇଥିଲା, ଯାହା ୨୦୨୪ରେ ନୀତୀଶ କୁମାରଙ୍କ ପାଇଁ ଏହି କାର୍ଯ୍ୟକୁ ସହଜ କରିଥିଲା।

ଯଦି ଜେଡିୟୁ ମହାମେଣ୍ଚରୁ ଓହରିଯାଏ ତେବେ ଆରଜେଡି ବାମପନ୍ଥୀ ଦଳମାନଙ୍କ ସହ ମେଣ୍ଟ କରି ସରକାର ପାଇଁ ଦାବି କରିବାକୁ ଯୋଜନା କରିପାରେ। ତେବେ ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ମେଣ୍ଟକୁ ଆଉ ୮ ଜଣ ବିଧାୟକଙ୍କ ଆବଶ୍ୟକତା ପଡ଼ିବ। ତେଣୁ ଜେଡିୟୁର ଯଦି ୬ରୁ ୭ ବିଧାୟକ ଦଳ ବଦଳ କରିବେ ତାହେଲେ ଆରଜେଡି ସରକାର ଗଠନ କରିବାକୁ ଦାବି କରିପାରେ। କିନ୍ତୁ ଏହି ବିଧାୟକଙ୍କ ବିରୋଧରେ ଦଳ ଅଦଳ ବଦଳ ଆଇନ ଉଲ୍ଲଂଘନ ଅଭିଯୋଗ ଆସିବ।

Leave A Reply

Your email address will not be published.