Latest Odisha News

BREAKING NEWS

ଟିକାକରଣ କାର୍ଯ୍ୟକ୍ରମକୁ ‘କସ୍‌ମେଟିକ୍‌ ଇଭେଣ୍ଟ’ ଭଳି ବ୍ୟବହାର କରିବା ଉଚିତ ନୁହେଁ; ଅଖିଳେଶ ଯାଦବ

ନୂଆଦିଲ୍ଲୀ: ସମାଜବାଦି ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବ କହିଛନ୍ତି ଯେ କରୋନାଭାଇରସ ଟୀକାକରଣ କାର୍ଯ୍ୟକ୍ରମ ଏକ ସମ୍ବେଦନଶୀଳ ପ୍ରକ୍ରିୟା ଏବଂ କେନ୍ଦ୍ର ଏହାକୁ ‘କସ୍‌ମେଟିକ୍‌ ଇଭେଣ୍ଟ’ (ପ୍ରସାଧନ ସାମଗ୍ରୀ) ଭଳି ବ୍ୟବହାର କରିବା ଉଚିତ ନୁହେଁ। ଉପଯୁକ୍ତ ବ୍ୟବସ୍ଥା ପରେ ହିଁ ପ୍ରକ୍ରିୟା ଆରମ୍ଭ ହେବା ଉଚିତ ବୋଲି ସେ କହିଛନ୍ତି।

ଶନିବାର ଦିନ ଯାଦବ ଏକ ବିବାଦୀୟ ମନ୍ତବ୍ୟ ଦେଇ ହଇଚଇ ସୃଷ୍ଟି କରିଥିଲେ। ସେ କହିଥିଲେ ଯେ ସେ ବିଜେପି ସରକାରଙ୍କ ଟିକା ଉପରେ ବିଶ୍ୱାସ କରିପାରିବେ ନାହିଁ ଏବଂ ସେ ଏହାକୁ ଗ୍ରହଣ କରିବେ ନାହିଁ। ତାଙ୍କ ମନ୍ତବ୍ୟକୁ କେବଳ ବିଜେପି ନେତା ନୁହେଁ ଅନ୍ୟ ଦଳର ନେତାମାନେ ମଧ୍ୟ ସମାଲୋଚନା କରିଛନ୍ତି।

Comments are closed.