ମୁମ୍ବାଇ: ବଲିଉଡର ଖିଲାଡି ଅକ୍ଷୟ କୁମାର ଏବଂ ଇମ୍ରାନ୍ ହାସ୍ମୀ ସେମାନଙ୍କର ଆଗାମୀ ଫିଲ୍ମ ‘ସେଲଫି’ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ଫେବୃଆରୀ ୨୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ରାଜ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ‘ସେଲଫି’ । ଫିଲ୍ମର ଦ୍ୱିତୀୟ ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଅକ୍ଷୟ କୁମାର ଏବଂ ଇମ୍ରାନ ହାସ୍ମୀ ।
ଏବେ ଫିଲ୍ମର ପ୍ରମୋସନ ପାଇଁ ଅକ୍ଷୟ କୁମାର ଏବଂ ଇମ୍ରାନ ହାସ୍ମୀ ଚର୍ଚ୍ଚାରେ ରହିଛନ୍ତିି । ନିକଟରେ ଉଭୟ ଅଭିନେତା ମୁମ୍ବାଇର ଡିଏନ୍ ନଗର ମେଟ୍ରୋ ଷ୍ଟେସନରେ ପହଞ୍ଚିଥିଲେ । ଏମିତି କି ସାଧାରଣ ଯାତ୍ରୀଙ୍କ ପରି ଟିକେଟ କାଟି ଉଭୟ ମେଟ୍ରୋ ଟ୍ରେନ୍ରେ ବି ଚଢିଥିଲେ । ଲୋକଙ୍କ ନଜରକୁ ଏଡ଼ାଇବା ପାଇଁ ଉଭୟ କ୍ୟାପ୍ ଓ ମାସ୍କ ପିନ୍ଧିଥିଲେ । କିଛି ସମୟ ପାଇଁ ହୁଏତ ସେମାନଙ୍କୁ ଯାତ୍ରୀମାନେ ଚିହ୍ନିପାରି ନ ଥିଲେ । କିନ୍ତୁ ଉଭୟ ସିଟ୍ରେ ବସିଥିବା ବେଳେ କିଛି ସମୟ ଭିତରେ ସେମାନଙ୍କୁ ଚିହ୍ନିପାରିଥିଲେ କିଛି ଯାତ୍ରୀ । ଯାତ୍ରୀମାନେ ଏମିତି ଘେରିଗଲେ ଯେ, ଉଭୟଙ୍କୁ ମାସ୍କ ହଟାଇବାକୁ ପଡିଲା । ପରେ ଉଭୟଙ୍କୁ ଯାତ୍ରୀମାନଙ୍କ ସହ ଚଳନ୍ତା ଟ୍ରେନରେ ‘ମେ ଖିଲାଡ଼ି ତୁ ଅନାରୀ’ ଗୀତରେ ଜୋରଦାର ଡ଼୍ୟାନ୍ସ ବି କରିବାକୁ ପଡ଼ିଲା । ସେମାନେ ଯାତ୍ରୀଙ୍କ ସହ ସେଲଫି ବି ନେଲେ । ଏହାର ଏକ ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
Comments are closed.