ଭୁବନେଶ୍ୱର : ଚିରାଚରିତ ପ୍ରେମ କାହାଣୀଠାରୁ ଭିନ୍ନ ଏକ ପ୍ରେମ ଓ ପ୍ରତିଶୋଧର ସସ୍ପେନ୍ସ କାହାଣୀକୁ ନେଇ ନିର୍ମାଣ ହୋଇଛି ଓଡ଼ିଆ ଫିଲ୍ମ ‘ବନ୍ଦିନୀ’ । ଏସପିପି ପ୍ରଡକ୍ଶନ୍ ହାଉସ୍ରେ ନିର୍ମିତ ଏହି ଫିଲ୍ମରେ ଅଭିନେତା ମଣ୍ଟୁ ନାୟକ ଥିବା ବେଳେ ନାୟିକା ରିୟା ଅଛନ୍ତି । କ୍ଷୀରୋଦ ପଟ୍ଟନାୟକ ପ୍ରଯୋଜନା କରିଥିବା ବେଳେ ପିନୁ ନାୟକ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ କାହାଣୀ ଲେଖିଛନ୍ତି ଡକ୍ଟର ଜନ୍ମେଞ୍ଜୟ ପଣ୍ଡା । ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ଅଭିଜିତ୍ ମଜୁମଦାର ଗୀତଗୁଡ଼ିକୁ ସଙ୍ଗୀତରେ ସଜେଇଛନ୍ତି । ସ୍ୱୟମ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ, ଏସ୍ ଜିତୁ, ଲିପ୍ଶା ଓ ସସ୍ମିତ କଣ୍ଠଦାନ କରିଛନ୍ତି । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍ ଟୁବୁନ୍ । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ବବି ମିଶ୍ର, ସରୋଜ ଦାସ, ଶୁଭ୍ରାଂଶୁ ନାୟକ, କମେଡିଆନ୍ ଥିନ୍ ଓ ମନୀଷା ରଥ । ପ୍ରେମ, ଷଡଯନ୍ତ୍ର ଏବଂ ପାରିବାରିକ ସମ୍ପର୍କକୁ ନେଇ ପ୍ରସ୍ତୁତ ଏହି ଫିଲ୍ମ ଦର୍ଶକଙ୍କୁ ନିଶ୍ଚୟ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା, ଜୀ-ସାର୍ଥକ ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ।
ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲ୍ରେ ଫିଲ୍ମର ଅଡିଓ ରିଲିଜ୍ ହୋଇଯାଇଛି । ଏହି ଅବସରରେ ଜୀ ସାର୍ଥକ ବିଜିନେସ୍ ହେଡ୍ ପ୍ରତୀକ ସିଲ୍, ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ନିର୍ଦ୍ଦେଶକ ପିନୁ ନାୟକ, ଅଭିନେତା ମଣ୍ଟୁ,ଅଭିନେତ୍ରୀ ରୀୟା,କଣ୍ଠଶିଳ୍ପୀ ସ୍ୱୟମ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ,ଲିପ୍ସା ମହାପାତ୍ର , କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ବିବାହ ପରେ ଅଭିନେତ୍ରୀ ରିୟାଙ୍କର ଏହା ପ୍ରଥମ ଫିଲ୍ମ । ଦର୍ଶକ ଏହି ଚଳଚ୍ଚିତ୍ରକୁ ମନଭରି ଉପଭୋଗ କରିବେ ବୋଲି ସେ ଆଶା ରଖିଛନ୍ତି ।
BREAKING NEWS
- ଅଜରବଇଜାନରେ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ହିଜାବ ଉପରେ କଟକଣା
- ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ, ଉପକୃତ ହେବେ ୧,୬୦୮ ପରିବାର
- ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ କଟକଣା, ୬ ଦିନ ଯାଏଁ ବନ୍ଦ ରହିବ ଏହି ସବୁ ରାସ୍ତା
- ଅଡ଼ୁଆରେ ଅଭିନେତା ଇମ୍ରାନ ଖାନ; ‘ଲୁକ୍ ଆଉଟ୍ ସର୍କୁଲାର୍’ ଜାରି କରିବାକୁ ବିଜେପି ନେତାଙ୍କ ଦାବି
- ରଣଜୀ ଟ୍ରଫି: ବାଦଲଙ୍କ ପ୍ରଥମ ଥର ପାଇଁ ୫ ୱିକେଟ୍ ସଫଳତା, କିନ୍ତୁ ଗୁଜରାଟ ବିପକ୍ଷରେ ସଙ୍କଟରେ ଓଡ଼ିଶା
- ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହୋଇପାରନ୍ତି ରୋହିତ ଶର୍ମା, ଜାଣନ୍ତୁ କାରଣ
- ନୂଆ IPL ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍, ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ
- Smartphone Scrolling: ଅଧ୍ୟୟନରୁ ଲୁକ୍କାୟିତ ସମସ୍ୟା
- ଗୋଟିଏ ଓଭରରେ ୫ଟି ୱିକେଟ ନେଲେ ଦକ୍ଷିଣ ଆଫ୍ରିକାର ଏହି ବୋଲର
- ଐତିହାସିକ ବାଲିଯାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ନା, ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ିବ ଜରିମାନା

Comments are closed.