ମୁମ୍ବାଇ: କ୍ରମାଗତ ଫ୍ଲପ ଫିଲ୍ମ ଯୋଗୁ ଚିନ୍ତାରେ ପଡିଥିବା ଅକ୍ଷୟ କୁମାରଙ୍କୁ ବଡ ଆଶ୍ୱସ୍ତି ମିଳିଛି । ପ୍ରତିଷ୍ଠିତ ଫିଲ୍ମମେକର ରାଜକୁମାର ହିରାନୀ ତାଙ୍କୁ ନେଇ ଫିଲ୍ମ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଅକ୍ଷୟଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ନିକଟରେ ଏକ ବିଜ୍ଞାପନ ଶୁଟିଂରେ ଅକ୍ଷୟ ଓ ରାଜକୁମାର ନିକଟତର ହୋଇଥିଲେ । ଅକ୍ଷୟଙ୍କ ଅଭିନୟ ତାଙ୍କୁ ପ୍ରଭାବିତ କରିଥିବାରୁ ସେ ଏକ ବଡ ପ୍ରୋଜେକ୍ଟ ତାଙ୍କ ପାଇଁ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି । ଖିଲାଡି କୁମାରଙ୍କ ହ୍ୟାଟ୍ରିକ ଫ୍ଲପ ପରେ କଠପୁତଲୀ ତାଙ୍କ ସମ୍ମାନ ବଂଚାଇବ ବୋଲି ଆଶା କରାଯାଉଛି ।
ସେପ୍ଟମ୍ବର୨ରେ ଏହା ଡିଜନୀ ପ୍ଲସ ହଟଷ୍ଟାରରେ ରିଲିଜ ହେବ । ଏହି ଫିଲ୍ମରେ ସେ ପୋଲିସ ଅଫିସର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଅପରପକ୍ଷରେ ହିରାନୀ ଶାହାରୁଖ ଖାଁ ଓ ତାପସୀ ପନ୍ନୁଙ୍କୁ ନେଇ ଡଙ୍କି ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ଆସନ୍ତା ବର୍ଷ ରିଲିଜ ହେବ । ଏହା ପରେ ସେ ତାଙ୍କ ପରବର୍ତୀ ପ୍ରୋଜେକ୍ଟ କଥା ଚିନ୍ତା କରିବେ ।
Comments are closed.