Latest Odisha News

BREAKING NEWS

ପାର୍ଟ-ଟାଇମ୍ ଚାକିରି ନାଁରେ ଠକେଇରୁ କେମିତି ବର୍ତ୍ତିବେ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଅନେକ ଅଫର୍ ଆସୁଛି । ଆଉ ଅଫର୍ ମଧ୍ୟରେ ସମସ୍ତଙ୍କୁ ଅଧିକ ଆକର୍ଷିକ କରୁଛି ଚାକିରି । ଆଉ ପାର୍ଟ ଟାଇମ୍ ଚାକିରି ଅଫର୍ ଦେଖିଲେ ଆକର୍ଷଣ ଆହୁରି ବଢ଼ି ଯାଉଛି । ଲୋକଙ୍କ ଏଭଳି ଆକର୍ଷଣର ସୁଯୋଗ ନେଇ ଲୁଟର ଜାଲ୍ ବିଛାଉଛନ୍ତି ସାଇବର ଲୁଟେରା । କ୍ଷଣିକରେ ଖାଲି କରି ଦେଉଛନ୍ତି ଆକାଉଣ୍ଟ ।

ଯାହାକୁ ନେଇ ଓଡ଼ିଶା ପୋଲିସ ସତର୍କ କରାଇବା ସହ ସୁରକ୍ଷା ଟିପ୍ସ ଦେଇଛି । ଏକାଧିକ ସ୍କାମର ପ୍ରତିଷ୍ଠିତ କମ୍ପାନୀ ଭଳି ପାର୍ଟ ଟାଇମ୍ ଚାକିରି ପ୍ରଦାନ ନେଇ ଅଫର୍ କରିଥାନ୍ତି । ଥରେ ଜଣେ ସ୍କାମର କଥାରେ ଫସିଲା ପରେ ସେମାନେ ଟ୍ରେନିଂ ଓ ପଞ୍ଜିକରଣ ଫି ନାଁରେ ଟଙ୍କା ମାଗିବା ଆରମ୍ଭ କରନ୍ତି ।

ତେଣୁ ଏସବୁ ଠକଙ୍କ ଠାରୁ ଦୂରେଇ ରୁହନ୍ତୁ । ଯଦି ଆପଣଙ୍କ ମେଲ୍ କିମ୍ବା ମେସେଜକୁ କୌଣସି ଅଜଣା ଲିଙ୍କରୁ କିଛି ମେସେଜ୍ ଆସୁଛି । ଯେତେ ଭଲ ଆକର୍ଷଣୀୟ ଦେଖା ଯାଉଥିଲେ ସୁଦ୍ଧା କ୍ଲିକ୍ କରନ୍ତୁ ନାହିଁ । ଅଜଣା ବ୍ୟକ୍ତିଙ୍କ ସହ ଟଙ୍କା ଦେଣନେଣରୁ ଦୂରେଇ ରୁହନ୍ତୁ । କେହି ଚାକିରି ପାଇଁ ଟଙ୍କା ମାଗୁଥିଲେ ନମ୍ବରକୁ ବ୍ଲକ କରିବା ସହ ରିପୋର୍ଟ ମାରନ୍ତୁ ।

Leave A Reply

Your email address will not be published.