ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଅତରଙ୍ଗୀ ରେ’ର ସୁଟିଂ ଆରମ୍ଭ କରିଛନ୍ତି। ସାରା ଅଲି ଖାନ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଅକ୍ଷୟ କୁମାରଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ସାରା ଅଲି ଖାନ୍ ବହୁତ ଉତ୍ସାହିତ ଥିବା ଜଣାପଡ଼ିଛି। ଏହାସହିତ ସାରା ଫିଲ୍ମରେ ଅକ୍ଷୟ-ସାରାଙ୍କ ଏକ ଫଟୋ ସେୟାର କରିଛନ୍ତି।
ସାରା ସେୟାର କରିଥିବା ଫଟୋରେ, ସାରା ଏକ ସରଳ ହଳଦିଆ ରଙ୍ଗର ଶାଢୀ ପିନ୍ଧିଥିବା ମଧ୍ୟବିତ୍ତ ମହିଳାଙ୍କ ପରି ଦେଖାଯାଉଛନ୍ତି। ଅକ୍ଷୟ କୁମାରଙ୍କ ବିଷୟରେ କହିବାକୁ ଗଲେ, ଅକ୍ଷୟ କୋଟ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ଫଟୋର କ୍ୟାପସନରେ ସାରା ଲେଖିଛନ୍ତି, “ଅତରଙ୍ଗୀ ଆହୁରି ଅଧିକ ରଙ୍ଗୀନ ହୋଇଯାଇଛି। ଅକ୍ଷୟଙ୍କ ସହିତ କାମ କରିଥିବାରୁ ସେ ବେଶ୍ ଉତ୍ସାହିତ ଥିବା ଜଣାପଡ଼ିଛି।