Latest Odisha News

BREAKING NEWS

ନଟରାଜନ, ଚହଲଙ୍କ ଚମତ୍କାର ବୋଲିଂ, ପ୍ରଥମ ଟି୨୦ରେ ଅଷ୍ଟ୍ରେଲିଆକୁ ହରାଇଲା ଟିମଇଣ୍ଡିଆ

କାନବେରା: ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ୧୧ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଭାରତ ପ୍ରଦତ ୧୬୨ ରନର ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୭ ଉଇକେଟ ବିନିମୟରେ ୧୫୦ ରନ କରିବାକୁ ସକ୍ଷମ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ଉଇକେଟ ବିନିମୟରେ ୧୬୧ ରନ କରିଥିଲା । ଲୋକେଶ ରାହୁଲ (୫୧) ଅର୍ଦ୍ଧଶତକ ହାସଲ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ଦ୍ରୁତ ୪୪ ରନ କରି ଅପରାଜିତ ରହିଥିଲେ । ଅଷ୍ଟ୍ରେଲିଆର ମୋଇଜେସ ହେନରିକ୍ସ ୩ଟି ଓ ମିଚେଲ ଷ୍ଟାର୍କ ୨ଟି ଉଇକେଟ ହାସଲ କରିଥିଲେ

ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଆରମ୍ଭରୁ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ୟୁଜଭେନ୍ଦ୍ର ଚହଲ ଓ ତ୍ୟାଗୀ ନଟରାଜନ ଆକର୍ଷଣୀୟ ବୋଲିଂ କରି ୩ଟି ଲେଖାଁଏ ଉଇକେଟ ନେଇଥିଲେ । ଆରୋନ ଫିଂଚ ୩୫, ଆରକି ଶର୍ଟ ୩୪ ଓ ହେନରିକ୍ସ ୩୦ ରନ କରିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା । ଦିନିକିଆରେ ୨-୧ରେ ସିରିଜ ପରାଜିତ ହୋଇଥିବା ଭାରତ ଟି୨୦ ଜିତି ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ।

Leave A Reply

Your email address will not be published.