Latest Odisha News

BREAKING NEWS

ଜାନୁଆରୀ ୧୫ ସୁଦ୍ଧା ନୂଆ ଭୋଟର ତାଲିକା

ଭୁବନେଶ୍ୱର: ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଜାନୁଆରୀ ୧୫ ସୁଦ୍ଧା ଏହି ତାଲିକା ପ୍ରକାଶ ପାଇବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଭୋଟର ତାଲିକାରେ ନୂଆ ଭୋଟର ଭାବେ ନାଁ ଯୋଡିବା, ଭୋଟର କାର୍ଡରେ କୌଣସି ଭୁଲ ଥିଲେ ସଂଶୋଧନ କରିବା କିମ୍ବା ଭୋଟର ତାଲିକାରୁ ନିଜ ନାଁକୁ ବାଦ୍ ଦେବା ପାଇଁ ଆବେଦନ କରିପାରିବେ । ଏଥି ସହ ଫଟୋ ପୁରୁଣା ହୋଇଥିଲେ, ନାଁ ଭୁଲ ହୋଇଥିଲେ କିମ୍ବା ଠିକଣା ପରିବର୍ତ୍ତନ କରିଥିଲେ ମଧ୍ୟ ଆବେଦନ କରିପାରିବେ ।

ଚଳିତ ଥର ଉଭୟ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ଆବେଦନ ହେଉଛି । ଅଫଲାଇନରେ ଆବେଦନ କରିବାକୁ ବୁଥ୍ ଲେବଲ ଅଫିସରଙ୍କ ସହ ଯୋଗାଯୋଗ କରି ଫର୍ମ ନେଇପାରିବେ । ଅନଲାଇନ ପାଇଁ ୱେବସାଇଟରେ ମଧ୍ୟ କ୍ଲିକ୍ କରି ଆବେଦନ କରିପାରିବେ । ଭୋଟର ହେଲ୍ପଲାଇନ ମୋବାଇଲ ଆପରେ ମଧ୍ୟ କରିପାରିବେ ଆବେଦନ ।

ଡିସେମ୍ବର ୧୫ ଯାଏଁ ଆବେଦନ କରିବା ପାଇଁ ସମୟ ଥିବା ବେଳେ ଡିସେମ୍ବର ୧୫ ରୁ ଜାନୁଆରୀ ୫ ତାରିଖ ଯାଏଁ ଆବେଦନପତ୍ରର ଯାଞ୍ଚ କରାଯିବ । ଯାଞ୍ଚ ପରେ ଆସନ୍ତା ଜାନୁଆରୀ ୧୫ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା । ୧ ଜାନୁଆରୀ ୨୦୨୧ ସୁଦ୍ଧା ୧୮ ବର୍ଷ ହେଉଥିଲେ ଆବେଦନ କରିପାରିବେ ବୋଲି ସିଇଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.