Latest Odisha News

BREAKING NEWS

ଜାଣିଛନ୍ତି କି କ୍ୱାରେନଟାଇନ୍‌ ବା ସଙ୍ଗରୋଧର ଇତିହାସ !

ଭୁବନେଶ୍ୱର: ଏବେ କରୋନା ସଂକ୍ରମଣ ଅଧିକ ନବ୍ୟାପିବା ପାଇଁ କ୍ୱାରେନଟାଇନ ଏବଂ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଉଛି । ସଂକ୍ରମିତ ଇଲାକାରୁ ଆସିଥିବା ବ୍ୟକ୍ତିଙ୍କୁ ୧୪ଦିନ ପର୍ଯ୍ୟନ୍ତ କାହା ସହ ନ’ମିଶିବାକୁ କୁହା ଯାଉଛି । ଏହି କ୍ୱାରେନଟାଇନର ଇତିହାସ କଣ । ଏହି ଶବ୍ଦର ଅର୍ଥ କଣ ।

ସଂକ୍ରାମକ ରୋଗ ବିରୋଧରେ ମୁକାବିଲା ଲାଗି ସଙ୍ଗରୋଧ ବା କ୍ୱାରେନଟାଇନ ପଦ୍ଧତିର ଆରମ୍ଭ ହେଲାଣି ୧୪ଶହ ଶତାବ୍ଦୀରୁ । ପ୍ଲେଗ୍ ସଂକ୍ରମିତ ସହରରୁ ଆସୁଥିବା ଜାହାଜ ସବୁ ଯେତେବେଳେ ଇଟାଲୀର ଭେନିସ ବନ୍ଦରରେ ପହଂଚୁଥିଲା, ସେତେବେଳେ ସେସବୁକୁ କୂଳରେ ଲାଗିବାକୁ ଦିଆ ଯାଉନଥିଲା । ୪୦ଦିନ ଧରି ସମୁଦ୍ର ଭିତରେ ଲଙ୍ଗର ପକାଇ ଅଟକି ରହିବାକୁ ପଡୁଥିଲା । ଏହାକୁ କ୍ୱାରେନଟାଇନ କୁହାଯାଉଥିଲା । ଇଟାଲୀୟ ଶବ୍ଦ କ୍ତଙ୍କବକ୍ସବଦ୍ଭଗ୍ଧବ ଶସକ୍ଟକ୍ସଦ୍ଭସ ରୁ ଆସିଛି କ୍ୱାରେନଟାଇନ, ଯାହାର ଅର୍ଥ ୪୦ ଦିନ ।

ଯୁକ୍ତରାଷ୍ଟ୍ର ଆମେରିକା ଗଠନ ହେବା ପରେ ପରେ ଦେଶ ବାହାରୁ ଆସୁଥିବା ସଂକ୍ରାମକ ରୋଗକୁ ରୋକିବାକୁ ସେମିତି କିଛି ପଦକ୍ଷେପ ନିଆଯାଇନଥିଲା । ରାଜ୍ୟ ଏବଂ ମୁନିସିପାଲିଟି ଅଂଚଳ ନିଜେ ନିଜେ ବ୍ୟବସ୍ଥା କରୁଥିଲେ । ସାରା ଆମେରିକାରେ କାମଳ ଜ୍ୱର ବ୍ୟାପିବା ପରେ ୧୯୭୮ ମସିହାରେ ଶେଷରେ ଆମେରିକା ସଂସଦରେ ଆସିଲା କ୍ୱାରେନଟାଇନ୍ ଆଇନ । ୧୮୯୨ରେ ୟୁରୋପରୁ ଆସିଥିବା ଯାତ୍ରୀବାହୀ ଜଳଜାହାଜ ମାଧ୍ୟମରେ ଆମେରିକାରେ ହଇଜା ମହାମାରୀ ବ୍ୟାପିବା ପରେ ଏହି ଆଇନ ଆହୁକି କଡାକଡି ହେଲା । ୧୯୨୧ ମସିହାରେ ଶେଷରେ ଏହି ଆଇନକୁ ଆହୁରି ବ୍ୟାପକ କଲା ଆମେରିକା ।

ପ୍ରାଚ୍ୟ ଦେଶରୁ ଆସୁଥିବା ସଂକ୍ରାମକ ରୋଗ କିପରି ୟୁରୋପରେ ନବ୍ୟାପିବ ସେନେଇ ୟୁରୋପର ବିଭିନ୍ନ ଦେଶ ୧୮୫୨ରୁ ୧୯୨୭ଭିତରେ ଅନେକ ଥର ସମ୍ମିଳନୀ କରିଥିଲେ । ୧୮୫୨ରେ ପ୍ୟାରିସ, ୧୮୬୬ରେ କନଷ୍ଟାଂଟିନୋପଲ, ୧୮୭୪ ଭିଏନା, ୧୮୮୫ ରୋମ୍ କନଭେନସ୍ ବସିଥିଲା । ୧୯୧୨ରେ ପ୍ୟାରିସ କନଭେନସ୍‌୍ ରେ ଶେଷରେ ସୁଫଳ ମିଳିଲା । ୪୦ଦେଶ ଚୁକ୍ତିରେ ସ୍ୱାକ୍ଷର କଲେ । ପରେ ୧୯୨୬ରେ ଏଥିରେ ୫୮ଦେଶ ସ୍ୱାକ୍ଷର କଲେ ।

Leave A Reply

Your email address will not be published.