Latest Odisha News

BREAKING NEWS

କିଏ ଜିତିବ, ଅକ୍ଷୟ କୁମାର ନା ବରୁନ ଧୱନ ?

ମୁମ୍ବାଇ: ଆଉ କିଛିଦିନ ପରେ ୫୩ବର୍ଷରେ ପାଦ ଦେବେ ବଲିଉଡ ଖିଲାଡି ଅକ୍ଷୟ କୁମାର । ଖାସ କରି ତାଙ୍କ ହରର୍ କମେଡି ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ର ରିଲିଜ ଡେଟ୍‌କୁ ଦର୍ଶକ ଚାହିଁବସିଛନ୍ତି । ତେବେ ଖବର ମିଳିଛି ଦୀପାବଳି ଅବସରରେ ନଭେମ୍ବର ୧୩’ରେ ଫିଲ୍ମଟି ଦର୍ଶକଙ୍କ ସାମ୍ନାକୁ ଆସିବ ।

ଡିଜନି-ହଟ୍‌ଷ୍ଟାରରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ ଅଳ୍ପ କିଛିଟା କାମ ବାକି ରହିଛି । ତାଜା ସ୍ଥିତିରେ ଫିଲ୍ମ ‘ବେଲ୍ ବଟମ୍‌’ର ସୁଟିଂରେ ଅକ୍ଷୟ ଲଣ୍ଡନରେ ଅଛନ୍ତି । ସେ ଫେରିବା ପରେ ବଳକା କାମ ଖୁବଶୀଘ୍ର ସରିବ ବୋଲି ପ୍ରଡକ୍ସନ ତରଫରୁ ସୂଚନା ମିଳିଛି ।

ରିପୋର୍ଟ ଅନୁଯାୟୀ ଅକ୍ଷୟଙ୍କ ଫିଲ୍ମ ବରୁନ ଧୱନଙ୍କ ରାସ୍ତାର କଣ୍ଟା ସାଜିଛି । ଫିଲ୍ମ ‘କୁଲି ନମ୍ବର-୧’ରେ ବରୁନଙ୍କ ଅପୋଜିଟରେ ସାରା ଅଲ୍ଲି ଖାନ ନଜର ଆସିବେ । ଏହି ଫିଲ୍ମଟି ମଧ୍ୟ ଦୀପାବଳିରେ ରିଲିଜ ହେବ । ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ ହେବାକୁ ଥିବା ଏହି ଫିଲ୍ମକୁ ଅକ୍ଷୟଙ୍କ ଫିଲ୍ମଠାରୁ ମିଳିବ ତଗଡା ମୁକାବିଲା ।

 

View this post on Instagram

 

Happy birthday ? @saraalikhan95. You light ? up all our lives. ❤️ stay pg-13 but number 1 in Raju’s heart.

A post shared by Varun Dhawan (@varundvn) on

ଦୀପାବଳିରେ ଦୁଇଦୁଇଟି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେଉଥିଲେ ବି ଅକ୍ଷୟଙ୍କ ପଲଡା ଭାରି ରହିଛି । ଅନପଟେ ଗୋବିନ୍ଦାଙ୍କ ସୁପରହିଟ୍ ଫିଲ୍ମର ରିକ୍ରିଏଟ ଭର୍ସନ ଓ ଗୀତର ରିମିକ୍ସ ଭର୍ସନ ଭରଷାରେ ଅଛନ୍ତି ବରୁନ ଧୱନ । ଫିଲ୍ମରେ ପ୍ରଥମ ଥର ପାଇଁ ସାରା ଅଲ୍ଲି ଖାନଙ୍କ ସହ ବରୁନ ରୋମାନ୍ସ କରିବାରେ ନଜର ଆସିବେ ।

Leave A Reply

Your email address will not be published.