Latest Odisha News

ବିବାହ ବିଚ୍ଛେଦକୁ ନେଇ ମୁହଁ ଖୋଲିଲେ ଅଭିନେତା ଅନୁଭବ

କଟକ: ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଯାହାର ଗୋଟିଏ ଦିନ ପରେ ବିବାହ ବିଚ୍ଛେଦକୁ ନେଇ ମୁହଁ ଖୋଲିଛନ୍ତି ନିଜେ ଅନୁଭବ ।

ଜାଣନ୍ତୁ, ଏହି ପ୍ରସଙ୍ଗରେ ଅନୁଭବ କ’ଣ ସବୁ କହିଛନ୍ତି ଏବଂ ପତ୍ନୀ ବର୍ଷାଙ୍କ ବିରୋଧରେ କେଉଁସବୁ ଅଭିଯୋଗ ଆଣିଛନ୍ତି…

ମୁଁ ଅନେକ ଦିନରୁ ଏହି ପ୍ରସଙ୍ଗରେ ନିରବ ରହିି ଆସୁଥିଲି । ମୋ ପରିବାରର ବ୍ୟକ୍ତିଗତ ଘଟଣାକୁ ସାର୍ବଜନୀନ କରିବାକୁ ଚାହୁଁନଥିଲି । ହେଲେ ଗଣମାଧ୍ୟମରେ ମୋ ବିରୋଧରେ ଏକ ସୁକଳ୍ପିତ କାହାଣୀ ଲେଖାଯାଉଥିବାରୁ ମୁଁ ମୁହଁ ଖୋଲିବାକୁ ବାଧ୍ୟ ହେଲି ଏବଂ ସବୁ କାହାଣୀର ଦୁଇଟି ପାଶ୍ୱର୍ ରହିଥାଏ ।

ମୁଁ ସବୁବେଳେ ଶୁଣି ଆସିଛି ଯୋଡି ଉପରବାଲା ବନାଇଥାଏ । ହେଲେ ବେଳେ ବେଳେ ଏହି ବାହାଘର ବିଫଳ ମଧ୍ୟ ହୋଇଥାଏ । ମୋ ବାହାଘର ବିଫଳ ହେବା ପ୍ରଥମ ଘଟଣା କିମ୍ବା ଶେଷ ଘଟଣା ନୁହେଁ ।

ମୁଁ ବର୍ଷାଙ୍କୁ ଖୁବ୍ ଭଲ ପାଏ ଏବଂ ତାଙ୍କୁ ବିବାହ ମଧ୍ୟ କରିଥିଲି । ଜଣେ ସଫଳ ମହିଳା ଭାବେ ମୁଁ ବର୍ଷାଙ୍କୁ ବହୁତ ସମ୍ମାନ କରେ । ବହୁ ଦିନରୁ ମୋ ବୈବାହିକ ଜୀବନ ଖରାପ ସମୟ ଦେଇ ଗତି କରୁଥିଲା । ଯାହାକୁ ସଜାଡିବା ପାଇଁ ମୁଁ ବହୁତ ଚେଷ୍ଟା କରିଛି ହେଲେ ମୋ ଆଶା ସଫଳ ହେଲା ନାହିଁ ।

ଏହାଛଡା ଆମେ ପରସ୍ପରର ସାମାଜିକ ଭାବମୂର୍ତ୍ତି ଓ ସମ୍ମାନ ଦେଖି ଆପୋଷ ବୁଝାମଣାରେ ଅଲଗା ହେବାକୁ ଚାହୁଁଥିଲୁ ।

ସବୁ ଚେଷ୍ଟା ବିଫଳ ହେବା ପରେ ମୁଁ ଛାଡପତ୍ର ନେବା ପାଇଁ ଆଇନର ସହାୟତା ନେଇଥିଲି । ଏପରିକି ମୁଁ ୨୦୨୦ ମସିହା ଜୁଲାଇ ମାସରେ ମୁଁ ମୋର ଛାଡପତ୍ର ଆବେଦନ କରିଥିଲି।

ଜଣେ ମହିଳା ଭାବରେ ମୁଁ ବର୍ଷାଙ୍କୁ ସମ୍ମାନ କରେ। ଏହା ଏକ ବିବାହ ବିଚ୍ଛେଦ ହୋଇଥିବାରୁ ମୁଁ ଏବଂ ମୋର ଓକିଲ ଯେପରି ମୋର କୌଣସି ଆବେଦନ ଲିକ୍ ହେବ ନାହିଁ, ସେ ପ୍ରତି ଧ୍ୟାନ ଦେଇଥିଲୁ ।

ଗତ କିଛି ମାସ ଧରି ମୋ ବାପାଙ୍କ ଦେହ ଭଲ ନାହିଁ । ଏଭଳି ସମୟରେ ଆମ ଦୁଇ ଜଣଙ୍କ ମଧ୍ୟରେ ଉପୁଜିଥିବା ବିବାଦ ମୋ ପରିବାର ପାଇଁ ଯନ୍ତ୍ରଣାଦାୟକ ହୋଇଛି।
ଏହି ଅସୁବିଧା ସମୟରେ ମୋ ବିରୁଦ୍ଧରେ ଯେଉଁ ଖରାପ, କାଳ୍ପନିକ ଏବଂ ଭିତ୍ତିହୀନ ଅଭିଯୋଗ ଦେଖାଦେଇଛି, ତାହା ମୋତେ ଖୁବ୍ ବ୍ୟଥିତ କରୁଛି ।

ମୋର ଆଇନ୍ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ଏଭଳି ସମୟରେ ଗୁଜବ ପ୍ରଚାର ନକରିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି ।

ନିକଟରେ ନିଜ ପିଟିସନରେ ଅନୁଭବ ଦର୍ଶାଇଥିଲେ ଯେ ବର୍ଷା ଏକ ପତ୍ନୀ ଏବଂ ବୋହୂର କର୍ତ୍ତବ୍ୟ ଠିକ ଭାବେ ସମ୍ପନ୍ନ କରିପାରି ନାହାନ୍ତି। ଅନୁଭବଙ୍କ ସହ ବର୍ଷା ସମ୍ପର୍କ ରଖୁ ନଥିଲେ ଯାହା ତାଙ୍କୁ ଅସହଜ ଓ ଅସୁଖୀ କରିଥିବା ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.