Latest Odisha News

BREAKING NEWS

ଅହାନ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମର ପ୍ରଥମ ଝଲକ ଦେଖାଇ ଭାବପ୍ରବଣ ହୋଇପଡ଼ିଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ଅକ୍ଷୟ କୁମାର ଆଜି ସୋସିଆଲ ମିଡିଆରେ ସୁନୀଲ୍‌ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ ଏବଂ ତାରା ସୂତାରିଆଙ୍କ ଅଭିନୀତ ଚଳଚ୍ଚିତ୍ର ‘ତଡପ’ର ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି। ଏହି ଫିଲ୍ମ ସେପ୍ଟେମ୍ବର ୨୪ରେ ମୁକ୍ତିଲାଭ କରିବ।

ଅହାନ୍ ହେଉଛନ୍ତି ସୁନୀଲ ଶେଟ୍ଟୀଙ୍କ ପୁଅ। ମିଲନ୍ ଲୁଥ୍ରିଆଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ତଡପ’ ହେଉଛି ରଜତ ଆରୋରାଙ୍କ ଦ୍ୱାରା ଲିଖିତ ଏକ ପ୍ରେମ କାହାଣୀ। ଏହି ଚଳଚ୍ଚିତ୍ରର ସଙ୍ଗୀତକୁ ପ୍ରୀତମ ରଚନା କରିଛନ୍ତି। ଅହାନ ଏହି ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ‘ତଡପ’ର ପ୍ରଥମ ପୋଷ୍ଟର ସେୟାର କରି ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି। ଅଭିନେତା ଲେଖିଛନ୍ତି ଯେ ସୁନୀଲ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ ବାଲୱାନର ପ୍ରଥମ ପୋଷ୍ଟର ଦେଖି ସେ ମନେ ରଖିଛନ୍ତି ଏବଂ ନିଜ ବନ୍ଧୁଙ୍କ ପୁଅର ଡେବ୍ୟୁ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରି ସେ ଖୁସି ଏବଂ ଗର୍ବିତ ଅନୁଭବ କରୁଛନ୍ତି।

Comments are closed.