Latest Odisha News

BREAKING NEWS

କରୋନା ପଜିଟିଭ ଖିଲାଡି ଷ୍ଟାର

ମୁମ୍ବାଇ: ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ନୂତନ ଫିଲ୍ମ ସରଫେରା ରିଲିଜ ପୂର୍ବରୁ ସାମ୍ନାକୁ ଆସିଛି ଦୁଃଖଦ ଖବର । କରୋନାରେ ଆକ୍ରାନ୍ତ ହୋଇଛନ୍ତି କିଲାଡି ଷ୍ଟାର୍ ଅକ୍ଷୟ କୁମାର । ଦୁଇଦିନ ହେବ ସେ ଅସୁସ୍ଥ ଥିଲେ, ଆଜି କୋଭିଡ୍ ଟେଷ୍ଟ କରିବା ପରେ ସେ କରୋନା ପଜିଟିଭ୍ ଥିବା ଜଣାପଡିଛି । ଏହି ଖବର ଶୁଣିବା ପରେ ଫ୍ୟାନ୍ସ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।

ଆଜି ଫିଲ୍ମ ସରଫିରା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଅଭିନେତା ବହୁତ ଉତ୍ସାହର ସହିତ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ କରିଥିଲେ। କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ସେ ଫିଲ୍ମର ପ୍ରମୋଶନର ଅନ୍ତିମ ପର୍ଯ୍ୟାୟର ଅଂଶ ହୋଇପାରିବେ ନାହିଁ। ଅକ୍ଷୟଙ୍କ କରୋନା ପଜିଟିଭ ଖବର ପ୍ରଶଂସକଙ୍କ ଚିନ୍ତା ବଢାଇଛି । ସେପଟେ ଅକ୍ଷୟ ୧୨ ଜୁଲାଇରେ ଅମ୍ବାନୀ ପରିବାରର ଉତ୍ସବରେ ଯୋଗଦେବାକୁ ଯାଉଥିଲେ । କିନ୍ତୁ କୋଭିଡ ପରେ ସେ ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହରେ ଯୋଗଦେବେ ନାହିଁ ।

 

Comments are closed.