Latest Odisha News

BREAKING NEWS

ଅକ୍ଷୟ କୁମାରଙ୍କୁ କରୋନା, ହୋମ୍ କ୍ୱାରେଣ୍ଟାଇନରେ ଖିଲାଡି ଷ୍ଟାର

ମୁମ୍ବାଇ: କରୋନା କବଳରେ ମାୟାନଗରୀ । ଜଣଙ୍କ ପରେ ଜଣେ ସେଲିବ୍ରିଟି କରୋନା ସଂକ୍ରମିତ ହେଉଛନ୍ତି । ଆଜି ବଲିଉଡ ଷ୍ଟାର ଅକ୍ଷୟ କୁମାର କରୋନା ସଂକ୍ରମିତ ହୋଇଛନ୍ତି । ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ଅକ୍ଷୟ କୁମାର । ଆଜି ସକାଳୁ ତାଙ୍କର ରିପୋର୍ଟ ପଜିଟିଭ୍ ବାହାରିଥିଲା । ଏହାପରେ ସେ ହୋମ୍ କ୍ୱାରେଣ୍ଟାଇନରେ ଥିବା କହିଛନ୍ତି । ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରାଇବା ପାଇଁ କହିଛନ୍ତି ଅକ୍ଷୟ କୁମାର । ଏହାସହ ଅକ୍ଷୟ କୁମାର ଲେଖିଛନ୍ତି, Back in action very soon ।

Leave A Reply

Your email address will not be published.