Latest Odisha News

୫୩୩ ମିଲିୟନ୍ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍

ନୂଆଦିଲ୍ଲୀ: ପୁଣି ଥରେ ଫେସବୁକରୁ ଡାଟା ଲିକ୍ ହୋଇଛି । ୧୦୬ଟି ଦେଶର ୫୩୩ ମିଲିୟନ୍ ଫେସବୁକ୍ ବ୍ୟବହାରକାରୀଙ୍କ ଡାଟା ଲିକ୍ ହୋଇଥିବା ଜଣାପଡ଼ିଛି । ଏହା ଏକ ହ୍ୟାକିଂ ଫୋରମରେ ଲିକ୍ ହୋଇଛି । ରିପୋର୍ଟ ଅନୁସାରେ ଲିକ୍ ହୋଇଥିବା ଡାଟା ଭିତରେ ୬ ମିଲିୟନ୍ ଭାରତୀୟ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ରହିଛି ।

ଭାରତ ସହ ଆମେରିକା ଓ ଇଂଲଣ୍ଡର ଫେସବୁକ୍ ବ୍ୟବହାରକାରୀ ଏହି ଅନଲାଇନ୍ ଡାଟା ଲିକ୍ ଦ୍ୱାରା ବେଶି ପ୍ରଭାବିତ ହୋଇଛନ୍ତି । ଆମେରିକାର ୩୨ ମିଲିୟନ୍ ଫେସବୁକ୍ ବ୍ୟବହାରକାରୀ ଓ ଇଂଲଣ୍ଡର ୧୧ ମିଲିୟନ୍ ଫେସବୁକ୍ ବ୍ୟବହାରକାରୀଙ୍କ ଡାଟା ଅନଲାଇନରେ ଲିକ୍ ହୋଇଛି ।

ଫେସବୁକ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଯେମିତି କି ଫୋନ୍ ନମ୍ବର, ସ୍ଥାନ, ଜନ୍ମ ତାରିଖ, ଫେସବୁକ୍ ଆଇଡି ସହ ଇମେଲ୍ ଆଇଡି ଲିକ୍ ହୋଇଥିବା ଜଣାପଡ଼ିଛି । ଡାଟା ଲିକ୍ ହୋଇଥିବା ନେଇ ଏଲନ ଗଲ ସାଇବରକ୍ରାଇମ୍ ଇଣ୍ଟେଲିଜେନ୍ସ ଫାର୍ମ ସୂଚନା ଦେଇଛି ।

ଲିକ୍ ହୋଇଥିବା ଡାଟା ମାଗଣା ଉପଲବ୍ଧ ହେଉଥିବା ବେଳେ ଏହାକୁ ନେଇ କେହି କୌଣସି ଅପବ୍ୟବହାର କରିବାର ଆଶଙ୍କା ରହିଛି । ତେବେ, ଡାଟା ଲିକ୍ ହୋଇଥିବା ନେଇ ଫେସବୁକ୍ ପକ୍ଷରୁ କୌଣସି ଅଧିକାରୀକ ପ୍ରତିକ୍ରିୟା ଆସିନାହିଁ । ତେବେ, ଫେସବୁକ୍ ଡାଟା ପ୍ରଥମଥର ପାଇଁ ଲିକ୍ ହୋଇନାହିଁ । ଏହା ପୂର୍ବରୁ ଫେସବୁକ୍ ଡାଟା ଲିକ୍ ହୋଇଥିଲା ।

Leave A Reply

Your email address will not be published.