Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରିଛି ଚାଷୀକୂଳ

ସୁବର୍ଣ୍ଣପୁର : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଅଖିମୁଠି ଅନୁକୂଳ କରିଛି ଚାଷୀକୂଳ। ମାଟିମାଆକୁ ପୂଜା କରି ଆଜିର ଦିନରେ ଚାଷୀ ଚାଷ ଅନୁକୂଳକରିଥାଏ। ଅନ୍ୟ ସ୍ଥାନ ଭଳି ସୁବର୍ଣ୍ଣପୁରରେ ମଧ୍ୟ ଚାଷୀ ଅଖି ମୁଠି ପର୍ବ ପାଳନ କରିଛି। ସୁ ମଧୁର ହଳିଆ ଗୀତର ସୁରେ ସୁରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଅତିରିକ୍ତ ଜିଲ୍ଲାପାଳ ଅନୁକୂଳ କରିଛନ୍ତି ଏବର୍ଷର ଅଖିମୁଠି ।

ଖରିଫ ଚାଷରେ ବର୍ଷାଜଳ ଉପରେ ନିର୍ଭର କରି ଆସୁଥିବା ଚାଷୀ ଏଥର ଭଲ ଫସଲ ଅମଳ କରିବା ର ଆଶା ବାନ୍ଧିଛି । ବିଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ ଅଖିମୁଠୀ ପର୍ବ ପାଳନ କରାଯାଇ ନ ଥିବା ବେଳେ ଚଳିତ ବର୍ଷ ଏହାକୁ ବଡ ଧୁମ ଧାମରେ ପାଳନ କରାଯାଇଛି

ଜିଲ୍ଲା କୃଷିବିଭାଗ ପକ୍ଷରୁ ପାଳନ କରାଯାଇଛି ଅକ୍ଷୟତୃତୀୟା । ବିଗତ ବର୍ଷ ପରି ଚଳିତ ଖରିଫ ଋତୁରେ ଭଲ ବର୍ଷା ସହିତ ଭଲ ଚାଷ ପାଇଁ କାମନା କରିଛନ୍ତି କରାଯାଇଛି ।

ପବିତ୍ର ଅକ୍ଷତୃତିୟା ତିଥିରେ ଧାନବୁଣା କାର୍ୟ୍ୟ ଆରମ୍ଭ କରିଛନ୍ତି ଚାଷୀ ।

Comments are closed.