Latest Odisha News

BREAKING NEWS

ଅଧା ରାସ୍ତାରେ ଦୁର୍ଘଟଣା, ଅଧୁରା ରହିଗଲା ଗୁପ୍ତେଶ୍ୱର ଦର୍ଶନ

ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ନିହତଙ୍କ ପରିଚୟ ବାଲଦା ଗାଁର ୩୫ ବର୍ଷୀୟା ରାଇମତି ଭୂମିଆ ବୋଲି ଜଣାପଡିଛି

ଜୟପୁର: ବୋଧ ହୁଏ ଭାଗ୍ୟରେ ନଥିଲା ଗୁପ୍ତେଶ୍ୱର ଦର୍ଶନ । ରାସ୍ତା ମଝିରେ ବାଟ ହୁଡିଥିଲେ ଯମ । ଫେଲ୍ ମାରିଥିଲା ବ୍ରେକ୍‌, ହେଲେ ପାସ୍ କରିଥିଲା ମୃତ୍ୟୁର ଫର୍ମାନ୍ । ଗୁପ୍ତେଶ୍ୱର ଦର୍ଶନ କରିବାକୁ ଘରୁ ବାହାରିଥିବା କିଛି ଲୋକ ଅଧା ରାସ୍ତାରେ ଦୁର୍ଘଟଣାର ଶିକାର ହେବା ପରେ ଶୋକର ବାତାବରଣ ଖେଳିଯାଇଛି ।

ଆଜି ସକାଳୁ ବୈପାରୀଗୁଡା ଅନ୍ତର୍ଗତ ବାଲଦା ଗାଁର କିଛି ଲୋକେ ଏକ ପିକଅପ୍ ଭ୍ୟାନ ଯୋଗେ ଗୁପ୍ତେଶ୍ୱର ଦର୍ଶନ କରିବାକୁ ବାହାରିଥିଲେ । ହେଲେ ଚଢେଇପାଣି ଘାଟିରେ ଗାଡି ଚଢୁଥିବା ସମୟରେ ହଠାତ୍ ପିକଅପ୍ ଭ୍ୟାନର ବ୍ରେକ୍ ଫେଲ୍ କରିଥିଲା । ଫଳରେ ଗାଡିଟି ଭାରସାମ୍ୟ ହରାଇ ଏକ କଲଭର୍ଟ ତଳକୁ ଖସିପଡିଥିଲା ।

ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ନିହତଙ୍କ ପରିଚୟ ବାଲଦା ଗାଁର ୩୫ ବର୍ଷୀୟା ରାଇମତି ଭୂମିଆ ବୋଲି ଜଣାପଡିଛି । ଅନ୍ୟପଟେ ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.