Latest Odisha News

ଶୁକ୍ରାଚାର୍ଯ୍ୟ ହେବେ ଅକ୍ଷୟ ଖାନ୍ନା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଧୂରନ୍ଧରର ସଫଳତା ପରେ ଏବେ ପ୍ରଶଂସକମାନେ ତାଙ୍କ ଆଗାମୀ ଫିଲ୍ମକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଫିଲ୍ମମେକର୍ସ ପ୍ରଶାନ୍ତ ବର୍ମା ତାଙ୍କ ଆଗାମୀ ଫିଲ୍ମ ମହାକାଳୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥିରେ ଅକ୍ଷୟ ଖାନ୍ନା ଶୁକ୍ରାଚାର୍ଯ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ଏହା ମାଧ୍ୟମରେ ଅକ୍ଷୟ ତେଲୁଗୁ ଫିଲ୍ମରେ ପଦାର୍ପଣ କରିବେ । ମେକର୍ସ ତାଙ୍କୁ ଅନନ୍ତ ଅସୂର ଗୁରୁ ଭାବେ ଚିତ୍ରଣ କରିବେ ।

ଭୂମୀ ଶେଟ୍ଟୀ ଏହି ଫିଲ୍ମରେ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ସିନେମ୍ୟାଟିକ ୟୁନିଭର୍ସର ଏହା ପ୍ରଥମ ମହିଳା ସୁପରହୀରୋ ଫିଲ୍ମ ହେବ । ପୂଜା ଅପର୍ଣ୍ଣା କୋଲ୍ଲୁର ଏହାର ନିର୍ଦ୍ଦେଶନା ଦେଉଛନ୍ତି । ଅକ୍ଷୟଙ୍କ ଶୁକ୍ରାଚାର୍ଯ୍ୟ ଲୁକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅକ୍ଷୟଙ୍କ ସହ କାମ କରିବା ମୋ ପାଇଁ ଗର୍ବର ବିଷୟ ବୋଲି ପ୍ରଶାନ୍ତ କହିଛନ୍ତି । ଧୂରନ୍ଧର ପରେ ଅକ୍ଷୟ ସିଦ୍ଧାର୍ଥ ପି ମାଲହୋତ୍ରାଙ୍କ ଇକ୍କାରେ ଅଭିନୟ କରିବେ । ଏଥିରେ ସେ ସନୀ ଦେଓଲଙ୍କ ସହ ଅଭିନୟ କରିବେ । ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ।

Leave A Reply

Your email address will not be published.