Latest Odisha News

BREAKING NEWS

ହଙ୍ଗମା-୨ରେ ଅକ୍ଷୟ ଖାନ୍ନାଙ୍କ ଏଂଟ୍ରି

ମୁମ୍ବାଇ: ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ସୁପରହିଟ ଫିଲ୍ମ ହଙ୍ଗାମା(୨୦୦୩)ର ସିକ୍ୱେଲ ହଙ୍ଗାମା-୨ରେ ଅକ୍ଷୟ ଖାନ୍ନାଙ୍କ ଏଂଟ୍ରି ହୋଇଛି । ଫିଲ୍ମର ଶୁଟିଂ ସମ୍ପୂର୍ଣ୍ଣ ଶେଷ ହୋଇଯାଇଥିବା ବେଳେ ଏବେ ଏହାର ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ଚାଲୁଛି । ଫିଲ୍ମରେ ଶିଲ୍ପା ସେଟ୍ଟୀ, ପରେଶ ରାୱଲ ଓ ମିଜାନ ଜାଫରୀ ମୂଖ୍ୟ ଭୂମିକାରେ ରହିଛନ୍ତି ।

ହଙ୍ଗାମାରେ ମୂଖ୍ୟ ଭୂମିକା କରିଥିବା ଅକ୍ଷୟ ଖାନ୍ନା ଏଥିରେ ଏକ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ । ଅକ୍ଷୟ ମଧ୍ୟ ଏହାର ଶୁଟିଂ ଶେଷ କରି ସାରିଛନ୍ତି । ପ୍ରିୟଦର୍ଶନ ସ୍ପଷ୍ଟ କରିଛନ୍ତି ଯେ, ହଙ୍ଗମା ପୂର୍ବ ଫିଲ୍ମର ସିକ୍ୱେଲ ନୁହେଁ । ଏହା ଏକ ଫ୍ରାଚାଂଇଜ ଫିଲ୍ମ ଏବଂ ଏଥିରେ ସମ୍ପୂର୍ଣ୍ଣ ନୂଆ କାହାଣୀ ଦର୍ଶକ ଦେଖିବାକୁ ପାଇବେ ।

Leave A Reply

Your email address will not be published.