Latest Odisha News

ଯେ କୌଣସି ସମୟରେ ଯେ କୌଣସି ସ୍ଥାନରେ ଆନ୍ଦୋଳନ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସବୁ ସମୟରେ ଯେ କୌଣସି ସ୍ଥାନରେ ଆନ୍ଦୋଳନ ଅଧିକାର ଦିଆଯାଇ ପାରିବ ନାହିଁ । ସାହିନବାଗରେ ସଂଶୋଧିତ ନାଗରିକ ଆଇନକୁ ନେଇ ହୋଇଥିବା ପ୍ରତିବାଦ ସମ୍ପର୍କିତ ପୁନଃ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି ।

ସାହିନବାଗରେ ସଂଶୋଧିତ ନାଗରିକ ଆଇନ୍ ହୁଏତ ସ୍ୱତ୍ତଃପ୍ରବୃତ୍ତ ବିରୋଧ ହୋଇ ଥାଇପାରେ । ତେବେ ସାଧାରଣ ଜୀବନଜୀବିକାକୁ ବାଧା ପହଞ୍ଚାଇ ଲମ୍ବା ଦୀର୍ଘସ୍ଥାୟୀ ଆନ୍ଦୋଳନ କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ କିଶାନ କୌଲ, ଅନିରୁଦ୍ଧ ବୋଷ ଓ କ୍ରିଷ୍ଣା ମୂରାଇଙ୍କ ଖଣ୍ଡପୀଠ କହିଛନ୍ତି- ଆମେ ରିଭ୍ୟୁ ପିଟିସନକୁ ଖାରଜ କରୁଛୁ । ପୂର୍ବ ନିର୍ଦ୍ଦେଶରେ କୌଣସି ତ୍ରୁଟି ନାହିଁ । ନିକଟରେ ଖଣ୍ଡପୀଠ ଦେଇଥିବା ନିର୍ଦ୍ଦେଶନାମାକୁ ବିଚାର କରାଯାଇଛି । ବିରୋଧ ପ୍ରଦର୍ଶନ ଓ ଅସନ୍ତୋଷ ଜାହିର୍ କରିବା ସାମ୍ବିଧାନିକ । କିନ୍ତୁ, ବିରୋଧ ବେଳେ କିଛି ଜିନିଷକୁ ବାଧ୍ୟତାମୂଳକ ଭାବେ ମାନିବାକୁ ପଡ଼ିବ ।

ସାହିନବାଗ ଉପରେ ଗତବର୍ଷ ଅକ୍ଟୋବର ୭ରେ ଆପେକ୍ସ କୋର୍ଟ ଦେଇଥିବା ରାୟର ପୁନଃବିଚାର ପାଇଁ କନିଜ ଫାତିମା ଏବଂ ଅନ୍ୟମାନେ କରିଥିବା ଆବେଦନକୁ ଖାରଜ କରି ସବୁ ସମୟରେ, ସବୁ ସ୍ଥାନରେ ଆନ୍ଦୋଳନକୁ ଅଧିକାର ନୁହଁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

Leave A Reply

Your email address will not be published.