ମୁମ୍ବାଇ: ବିକି କୌଶଲ, ରଶ୍ମିକା ମନ୍ଦାନା ଏବଂ ଅକ୍ଷୟ ଖନ୍ନାଙ୍କ ଅଭିନୀତ ସିନେମା ‘ଛାବା’, ଏବେ ବକ୍ସ ଅଫିସରେ ରାଜ୍ କରୁଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ରହିଛି । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା, ସିନେମା ନିଖୁଣ ନୁହେଁ, ହେଲେ ଉପଭୋଗ୍ୟ । ଏଥିରେ ବିକି କୌଶଲ ଏବଂ ଅକ୍ଷୟ ଖନ୍ନାଙ୍କ ନିଖୁଣ ଅଭିନୟକୁ ସମସ୍ତେ ପ୍ରଶଂସା କରିଛନ୍ତି । ଆଉ ସବୁଠୁ ଅଧିକ ପ୍ରଶଂସା ସାଉଁଟିଛନ୍ତି ଅକ୍ଷୟ ଖନ୍ନା । ସିନେମାରୁ ବହୁଦିନ ହେବ ଦୂରରେ ଥିବା ଅକ୍ଷୟଙ୍କ କମ୍ ବ୍ୟାକଙ୍କୁ ଫ୍ୟାନ୍ସ ବହୁତ ପ୍ରଶଂସା କରୁଛନ୍ତି । ଏକ୍ସରେ ତାଙ୍କର ଔରଙ୍ଗଜେବ୍ ଚରିତ୍ରର କ୍ଲିପ୍ସକୁ ଦର୍ଶକ ଅନେକ ଭଲ ପାଇବା ଦେଇଛନ୍ତି ।
ସିନେମାରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଭୂମିକାରେ ନଜର ଆସିଛନ୍ତ ଭରସାଟାଇଲ ଅଭିନେତା ଅକ୍ଷୟ ଖନ୍ନା । ଏକ୍ସ ୟୁଜର୍ସ ଅଭିନେତାଙ୍କ ପ୍ରଶଂସାରେ ଇଣ୍ଟରନେଟ୍ ଭରି ଦେଇଛନ୍ତି । ଏହାକୁ ନେଇ ଜଣେ ୟୁଜର୍ସ ଲେଖିଛନ୍ତି, ମୁଁ ପ୍ରକୃତରେ ଅନୁଭବ କରୁଛି ଯେ କିଛି ଅଭିନେତା ଜେନେଟିକାଲୀ ପ୍ରତିଭାଶାଳୀ । ଅକ୍ଷୟ ଖନ୍ନା ଔରଙ୍ଗଜେବ ଭାବରେ ଚମତ୍କାର ଥିଲେ । ମୁଁ ଭାବୁଛି ଆମେ ସମସ୍ତେ ଫିଲ୍ମରେ ଅଧିକ ଥର ଦେଖିବାକୁ ଚାହୁଁଥିବା ଅଭିନେତା ହେଉଛନ୍ତି ଅକ୍ଷୟ ।
ସେହିପରି ଆଉ ଜଣେ ୟୁଜର୍ସ ଉଲ୍ଲେଖ କରିଛନ୍ତି, ଅକ୍ଷୟ ତାଙ୍କ ଚରିତ୍ରରେ ଏତେ ଜଡିତ ଥିଲେ ଯେ ନିଜେ ଔରଙ୍ଗଜେବ ମଧ୍ୟ ତାଙ୍କୁ ଦେଖିଲେ ଦ୍ୱନ୍ଦ୍ୱରେ ପଡ଼ିଯିବେ । ଚମତ୍କାର ଅଭିନୟ । ଏମିତିକି ଆଉ ଜଣେ ଅକ୍ଷୟ ଖନ୍ନାଙ୍କ ଦୋଷ ସ୍ବୀକାର ବୋଲି ମଧ୍ୟ ଲେଖିଛନ୍ତି ।
ଫେବୃଆରୀ ୧୪ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଛାବା’ ପ୍ରଥମ ସପ୍ତାହରେ ୧୦୦ କୋଟି ଟଙ୍କା ଆୟ କରିଛି । ଏମିତି କରି ସବୁ ରେକର୍ଡ ଭାଙ୍ଗିଛି ଛାବା । ପ୍ରଥମ ସପ୍ତାହାନ୍ତରେ ୧୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିବାରେ ୨୦୨୫ ର ପ୍ରଥମ ଫିଲ୍ମ ପାଲଟିଛି । ଏହା ସହିତ, ଏହା ମୁକ୍ତିଲାଭର ତୃତୀୟ ଦିନରେ ହ୍ରିତିକ୍ ରୋଶନ, ସଲମାନ ଖାନ, ଦୀପିକା ପାଦୁକୋନଙ୍କ ବ୍ଲକବଷ୍ଟର ଫିଲ୍ମଗୁଡ଼ିକୁ ବି ପଛରେ ପକାଇ ଦେଇଛି । ‘ଛାବା’ର କ୍ରେଜ୍ ଦେଖି ଅନୁମାନ କରାଯାଇପାରେ ଯେ ଏହା ଆଗାମୀ ଦିନରେ ଅନେକ ରେକର୍ଡ ସୃଷ୍ଟି କରିପାରେ । ୩ ଦିନରେ ଏହି ସିନେମା ୧୨୧.୪୩ କୋଟି ରୋଜଗାର କରିଛି ।
Comments are closed.