Latest Odisha News

BREAKING NEWS

ଧର୍ମା ପ୍ରଡକ୍ସନର ଅକ୍ଷୟ ଅଭିନୀତ ଆଗାମୀ ଫିଲ୍ମର ନାମ ଶଙ୍କରା

ମୁମ୍ବାଇ: ଅକ୍ଷୟ କୁମାର, ଆର.ମାଧବନ ଅଭିନୀତ ଧର୍ମା ପ୍ରଡକ୍ସନର ଆଗାମୀ ଫିଲ୍ମର ନାମ ଶଙ୍କରା ରଖାଯାଇଛି । ପ୍ରଥମେ ଏହି ଫିଲ୍ମର ନାମ ଦି ଅନଟୋଲ୍ଡ ଷ୍ଟୋରୀ ଅଫ ସି ଶଙ୍କରନ ନାୟାର ରଖା ଯାଇଥିଲା । ଅନନ୍ୟା ପାଣ୍ଡେ ମଧ୍ୟ ଏହି ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛନ୍ତି । ବ୍ରିଟିଶ ସରକାର ଦ୍ୱାରା ୧୯୧୯ରେ ଜାଲିୱାନୱାଲାବାଗ ନରସଂହାର ରଚାଯିବା ପରେ ଏହାକୁ ନେଇ ଏକ ଓକିଲଙ୍କ ମଧ୍ୟରେ କୋର୍ଟରୁମରେ ଲଢ଼େଇ ହୋଇଥିଲା । ସେ ସମୟର ପଞ୍ଜାବର ଲେଫ୍ଟନାଂଟ ଗଭର୍ଣ୍ଣର ମାଇକେଲ ଓ ଡାୟାରଙ୍କ କ୍ରୁରତାପୂର୍ଣ୍ଣ ଭୂମିକାକୁ ଓକିଲମାନେ ଉଜାଗର କରିଥିଲେ ।

ସିଧାସଳଖ ବ୍ରିଟିଶ ସରକାର ବିରୋଧରେ ଓକିଲ ଲଢ଼େଇ ଏକ ଚର୍ଚ୍ଚିତ ଘଟଣା ଥିଲା । ଯାହା ଆଜି ବି ମନରୁ ଯାଇ ନାହିଁ । କରନ ଜୋହର ଦି କେସ ଦ୍ୟାଟ ଶୁକ ଦ ଏମ୍ପାୟର ନାମକ ପୁସ୍ତକରୁ ଏହି ଫିଲ୍ମର କାହାଣୀ ନେଇଛନ୍ତି । ଓକିଲ ଶଙ୍କରନ ନାୟାରଙ୍କ ସାହସ ସାରା ଭାରତ ଦେଖିଥିଲା । ଏହା ପରେ ସ୍ୱତନ୍ତ୍ରତା ସଂଗ୍ରାମର ବହ୍ନି ସାରା ଦେଶରେ ଜଳିଥିଲା ।

Leave A Reply

Your email address will not be published.