Latest Odisha News

BREAKING NEWS

ଆଣ୍ଡାମାନ ଛୁଇଁଲା ମୌସୁମୀ; ୩୧ ତାରିଖ ସୁଦ୍ଧା କେରଳ ଛୁଇଁବା ନେଇ ସମ୍ଭାବନା

ନୂଆଦିଲ୍ଲୀ: ସକ୍ରିୟ ହେଲା ମୌସୁମୀ। ଭାରତର କୃଷି ଭିତ୍ତିକ ଅର୍ଥନୀତିର ଲାଇଫ୍ ଲାଇନ୍ କୁହାଯାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ରବିବାର ଦିନ ଦେଶର ଦକ୍ଷିଣତମ ଅଞ୍ଚଳ ନିକୋବର ଦ୍ୱୀପପୁଞ୍ଜକୁ ଛୁଇଁଛି। ମାଳଦ୍ଵୀପ ଏବଂ କୋମରିନ୍ ଅଞ୍ଚଳର କିଛି ଅଂଶ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ ଆଣ୍ଡାମାନ ସାଗରର କିଛି ଅଂଶକୁ ଆଜି ମୌସୁମୀ ବାୟୁ ଅଗ୍ରସର ହୋଇଛି। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ସକ୍ରିୟ ହେବା ପରେ ଆଣ୍ଡାମାନ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଆଣ୍ଡାମାନ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହା ଧିରେ ଧିରେ ଅଗ୍ରସର ହୋଇ ଆସନ୍ତା ୩୧ ତାରିଖରେ କେରଳ ଛୁଇଁବ ବୋଲି ଆକଳନ କରାଯାଇଛି। ଯଦିଓ ଓଡ଼ିଶା ଛୁଇଁବା ନେଇ କୌଣସି ଆକଳନ କରାଯାଇ ନାହିଁ ତଥାପି ଜୁନ୍ ୧୫ ସୁଦ୍ଧା ଏହା ଓଡିଶା ଛୁଇଁବା ନେଇ କୁହାଯାଉଛି ।

ସେପଟେ ଆସନ୍ତା ୨୨ ତାରିଖ ବେଳକୁ ରାଜ୍ୟରେ ଲଘୁଚାପ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପ୍ରାରମ୍ଭିକ ସ୍ତରରେ ଲଘୁଚାପ ଉତ୍ତରପୂର୍ବ ଦିଗରେ ଗତି କରିବା ନେଇ ସମ୍ଭାବନା ରହିଛି । କେନ୍ଦ୍ରୀୟ ବଙ୍ଗୋପାସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହୋଇପାରେ । ଲଘୁଚାପ ସୃଷ୍ଟି ହେବା ପରେ ଏହା ବାତ୍ୟାରେ ପରିଣତ ହେବ କି ନାର୍ହିଁ ତାହା ସ୍ପଷ୍ଟ ହେବ ।

Leave A Reply

Your email address will not be published.