ଭୁବନେଶ୍ୱର: ପ୍ରଫେଟ ମହମ୍ମଦଙ୍କୁ ଅପମାନ ଘଟଣାରେ ଅଲକାଏଦା ଭାରତର କିଛି ସ୍ଥାନରେ ସୁଇସାଇଡ ବିସ୍ଫୋରଣ କରିବାକୁ ଧମକ ଦେଇଛି । ଦିଲ୍ଲୀ, ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ମୁମ୍ବାଇର ବିଭିନ୍ନ ସ୍ଥାନରେ ଖୁବ୍ ଶୀଘ୍ର ବିସ୍ପୋରଣ କରାଯିବ ବୋଲି ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଅଲକାଏଦା ।
ଅଲକାଏଦା ସଦସ୍ୟ ତଥା ତାଙ୍କର ଶିଶୁ ମାନେ ଏଥିରେ ସାମିଲ ହୋଇପାରନ୍ତି ବୋଲି ଅଲକାଏଦା ଏକ ଚିଠି ଜାରି କରି ଲେଖିଛି । ଜୁନ୍ ୬ ତାରିଖ ଲିଖିତ ଏକ ଚିଠିରେ ଏଭଳି ଧମକ ଦିଆଯାଇଛି ।
ଚିଠିରେ କୁହାଯାଇଛି ଯେ, ପ୍ରଫେଟଙ୍କୁ ଅପମାନ କରାଗଲେ କାହାକୁ ଛଡ଼ାଯିବ ନାହିଁ । କିଛି ଦିନ ତଳେ ବିଜେପି ମୁଖପାତ୍ର ନୁପୂର ଶର୍ମା ପ୍ରଫେଟ ମହମ୍ମଦଙ୍କ ବିଷୟରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ । ଯାହାକୁ ନେଇ ବିଭିନ୍ନ ଗଲ୍ଫ ଦେଶ ଗୁଡ଼ିକରୁ ଭାରତକୁ ତୀବ୍ର ସମାଲୋଚନା ଆସିଥିଲା ।
ଯାହାକୁ ନେଇ କିଛି ଆରବ ଦେଶ ଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଡଷ୍ଟବିନରେ ଲାଗିଥିଲା । ଭାରତକୁ ସବୁ ଦିଗରୁ କ୍ଷମା ପ୍ରାର୍ଥନା କରିବାକୁ କୁହାଯାଇଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନୁପୂର ଶର୍ମାଙ୍କୁ ବିଜେପି ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି ।
Comments are closed.